Below header

ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କୁ ଲାଗିହେବ ଦଶମୂଳ ମୋଦକ

ପୁରୀ(କେନ୍ୟୁଜ୍): ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଅଣସରରେ ଥିବା ମହାପ୍ରଭୂଙ୍କୁ ଆଜି ଦଶମୀ ତିଥିରେ ଲାଗିହେବ ଦଶମୂଳକ ମୋଦକ। ଶ୍ରୀମନ୍ଦିର ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦଶମୂଳ ଔଷଧ ସେବନ କରିବା ପରେ ମହାପ୍ରଭୂ ସଂପୂର୍ଣ୍ଣ ସୁସ୍ଥ ହେବେ। ଗତ ପଞ୍ଚମୀ ତିଥିରେ ମହାପ୍ରଭୂଙ୍କୁ ଫୁଲୁରୀ ତେଲ ଲାଗିପରେ ଦଶମୀ ତିଥିରେ ଦଶମୂଳ ମୋଦକ ଲାଗି କରାଯିବାର ପରମ୍ପରା ରହିଛି। ଦଶପ୍ରକାର ଔଷଧୀୟ ଗଛର ମୂଳକୁ ବ୍ୟବହାର କରାଯାଇ ଏହି ଔଷଧ ପ୍ରସ୍ତୁତ କରାଯାଇଥାଏ। ଆଜି ବିଳମ୍ବିତ ରାତିରେ ମୋଦକ ଲାଗି କରାଯିବା ପରେ ସୁସ୍ଥ ହେବେ ମହାପ୍ରଭୂ। ଆଜି ଶ୍ରୀଜିଉଙ୍କ ଚକାବିଜେ କରିବା ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.