Below header

୧୫ଦିନର ବିରତି ପରେ ଆଜି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୧୫ଦିନ ଅଣସରରେ ଥିବା ମହାପ୍ରଭୁ ଆଜି ନବଯୌବନ ପ୍ରାପ୍ତି ହୋଇ ଦର୍ଶନ ଦେବାର ପରମ୍ପରା ରହିଛି। ସୁସ୍ଥ ହୋଇଥିବା ଶ୍ରୀବିଗ୍ରହମାନଙ୍କୁ ଗତକାଲି ଓ ଆଜି ଭୋରୁ ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ପାରମ୍ପରିକ ରଙ୍ଗ, ହିଙ୍ଗୁଳ, ହରିତାଳ, କସ୍ତୁରୀ, କର୍ପୁର ଇତ୍ୟାଦି ବ୍ୟବହାର କରାଯାଇଛି।

ନୂତନ ରୂପ ପାଇଥିବା ମହାପ୍ରଭୁ ଆଜି ୧୫ଦିନର ବିରତି ପରେ ଦର୍ଶନ ଦେବେ । ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ପରମାଣିକ ବା ଟିକେଟ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଦେବାର ପରମ୍ପରା ରହିଛି। ହେଲେ ଚଳିତବର୍ଷ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଅପରୂପ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ଓ ଶ୍ରଦ୍ଧାଳୁ । ସେପଟେ ଆଜି ଅଣସର ପିଣ୍ଡିରେ ମହାପ୍ରଭୁଙ୍କଠାରେ ଲାଗି ହେବ ମହାପ୍ରସାଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.