Below header

ମହାଶିବରାତ୍ରୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର : ଶିବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ , ରାତିରେ ଉଠିବ ମହାଦୀପ

ଭୁବନେଶ୍ବର(କେନ୍ୟୁଜ୍) : ମହାଶିବରାତ୍ରୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଶିବାଳୟରେ ଲାଗିଛି ଭିଡ । ଲିଙ୍ଗରାଜ ମନ୍ଦିରରେ ରାତି ୩ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ପରେ ଅବକାଶ ନିତୀ ସହ ସାହାଣ ମେଳା କାର୍ଯ୍ୟକ୍ରମ ସରିଛି । ରାତି ୧୦ଟାରେ ଉଠିବ ମହାଦୀପ । ମନ୍ଦିରରେ ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀରେ ବି ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଭୋର ୪ଟାରେ ମନ୍ଦିର ପହଡ ଖୋଲିବା ପରେ ସମସ୍ତ ନୀତିକାନ୍ତି ସରିଛି । ରାତି ଆଠଟାରୁ ୧୨ଟା ୩୦ ମିନିଟ ମଧ୍ୟରେ ସମସ୍ତ ପ୍ରହର ଶେଷ ହେବ । ରାତ୍ର ଗୋଟାଏ ୩୦ରେ ବାବାଙ୍କ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଭୋର ୪ଟା ୩୦ ମିନିଟରେ ମହାଦୀପ ଉଠିବ ।

lingarajଶ୍ରୀ ଲୋକନାଥ ମନ୍ଦିର ଚଳଚଞ୍ଚଳ :

ଜାଗର ଯାତ୍ରା ପାଇଁ ପୁରୀର ଶ୍ରୀ ଲୋକନାଥ ମନ୍ଦିର ଚଳଚଞ୍ଚଳ। ରାତି ସାଢେ ୧୨ଟାରେ ଶ୍ରୀଲୋକନାଥଙ୍କ ଦ୍ୱାରଫିଟା ନୀତି ଏବଂ ରାତି ୨ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅନୁଷ୍ଠିତ ହେବ । ଏହାପରେ ରାତି ୨ଟାରୁ ୩ଟା ମଧ୍ୟରେ ହରିହର ଭେଟ ଓ ମହାଦୀପ ଉଠିବାର କାର‌୍ୟ୍ୟକ୍ରମ ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା ସହ ପୋଲିସ କଣ୍ଟ୍ରଲ ରୁମ୍‌ ସ୍ଥାପନ କାରଯାଇଛି । ସିସିଟିଭି ଦ୍ୱାରା ଦର୍ଶନ, ନୀତି ଓ ଯାତ୍ରୀ ସମାଗମ ଉପରେ ନଜର ରଖାଯାଇଛି । ଲୋକନାଥଙ୍କ ପୀଠ ପରିସରରେ ୧୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।

diyaମହାଶିବରାତ୍ରି ପାଇଁ ପୁରୀ ଶ୍ରୀଲୋକନାଥ ପୀଠରେ ସର୍ବବୃହତ ଦୀପ ନିର୍ମିତ ହୋଇଛି। ମନ୍ଦିର ପରିସରରେ ସ୍ଥାପିତ ହୋଇଥିବା ଦୀପର ଲମ୍ବ ୬ଫୁଟ ହୋଇଥିବା ବେଳେ ଓସାର ୫ଫୁଟ ଓ ୩ ଫୁଟ ଗଭୀର ରହିଛି। ଗତ ୭ ବର୍ଷ ଧରି କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗରେ ଏହି ବୃହତ ଦୀପ ଦାନ କରାଯାଇ ଆସୁଅଛି। ଚଳିତ ବର୍ଷ ଏହା ବିଶ୍ୱ ରେକର୍ଡ କରିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ଏହି ଦୀପଟି କଟକ ବିଡାନାସୀରେ ଥିବା କିଛି କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି। ଦୀପଟି ୩ ଦିନ ଧରି ଜଳିବାକୁ ଥିବା ବେଳେ ପ୍ରାୟ ୫ କୁଇଣ୍ଟାଲ ଘିଅ ବ୍ୟବହାର କରାଯିବ।

ହଂସନାଥ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ :

hansharajକଟକ ଉପକଣ୍ଠ ହଂସନାଥ ପୀଠରେ ହଜାର ହଜାର ଭକ୍ତ ମହାଦେବଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି । ୧୪ ଶହ ଖ୍ରୀଷ୍ଟାବ୍ଦର ଏହି ପୂରାତନ ଶୈବପୀଠରେ ପ୍ରତ୍ୟେକ ବର୍ଷ ଜାଗରରେ ତିନି ଦିନ ଧରି ମେଳା ହୋଇଥାଏ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଧାଡି ଦର୍ଶନର ବ୍ୟବସ୍ଥା ହୋଇଛି । ଭୋର ୪ଟାରେ ହଂସନାଥଙ୍କ ପୀଠରେ ମହାଦୀପ ଉଠିବ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ।

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ :

aradiସେହିପରି ଶିବରାତ୍ରି ପାଇଁ ଉତ୍ସବ ମୁଖରିତ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀଙ୍କ ମନ୍ଦିର। ଜାଗର ଯାତ୍ରା ପାଇଁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଭୋର ୪ଟାରେ ମନ୍ଦିର ପହଡ ଖୋଲିବା ପରେ ସମସ୍ତ ନୀତିକାନ୍ତି ସରିଥିଲା। ରାତି ଆଠଟାରୁ ୧୨ଟା ୩୦ ମିନିଟ ମଧ୍ୟରେ ସମସ୍ତ ପ୍ରହର ଶେଷ ହେବ। ରାତି ସାଢ଼େ ଗୋଟାଏରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟା ୩୦ ମିନିଟରେ ମହାଦୀପ ଉଠିବ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ :

dhabaleswarମହାଶିବରାତ୍ରି ପାଇଁ ଧବଳେଶ୍ୱର ଶୈବପୀଠ ଚଳଚଞ୍ଚଳ । ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ । ଏଠାରେ ରାତି ଗୋଟାଏରେ ମହାଦୀପ ଉଠିବ । ଏହା ପୂର୍ବରୁ ମହାଦେବଙ୍କ ନିକଟରେ ମାଣ୍ଡୁଅ ଭୋଗ କରାଯିବ । ଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ବେଢା ନଦୀ ଘାଟ ପର‌୍ୟ୍ୟନ୍ତ ପୋଲିସ ମୁତୟନ କରାଯାଇଛି । ସିସିଟିଭି କ୍ୟାମେରା ଲଗାଯାଇଛି ।

ଚଳଚଞ୍ଚଳ ଢେଙ୍କାନାଳର କପିଳାସ ପୀଠ :

kapilashaଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ଢେଙ୍କାନାଳର କପିଳାସ ପୀଠ । ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ସମସ୍ତ ଦେବନୀତି ଶୃଙ୍ଖଳିତ କରିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସ୍‌ପି ଅନୁପମା ଜେମ୍ସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ମନ୍ଦିର ପରିସରରେ ସିସିଟିଭି ଲଗାଯାଇଛି । ରାତି ୧ଟାରୁ ୨ଟା ୩୦ ମିନିଟ ମଧ୍ୟରେ ରାଜପୁରୋଧାଙ୍କ ଚାରି ପୂଜା ଅନୁଷ୍ଠିତ ହେବ । ରାତି ୩ଟା ସୁଦ୍ଧା ମହାରୁଦ୍ରାଭିଷେକ ବିଧି ସମ୍ପନ୍ନ ହେବ । ଏହାପରେ ୩ ଟା ୫୦ରୁ ୪ଟା ୨୫ ମିନିଟ ମଧ୍ୟରେ ବେଢା ପରିକ୍ରମା କରାଯିବା ସହ ମହାଦୀପ ଉଠିବ । ଏହାପରେ ହରିହର ଭେଟ ଅନୁଷ୍ଠିତ ହେବ ବୋଲି ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଜୟପୁରର ଗୁପ୍ତେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ :

gupteswarମହାଶିବରାତ୍ରି ପାଇଁ ଜୟପୁରର ଗୁପ୍ତେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ବାଜା, କିର୍ତ୍ତନରେ କମ୍ପୁଛି ପରିବେଶ । ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍‌ ଲାଗିଛି । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଦିବାସୀ ପରମ୍ପରା ଅନୁସାରେ ଏଠାରେ ପୂଜା କରାଯାଇଥାଏ ।

ଭିମେଶ୍ୱର ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ମହାଶିବରାତ୍ରୀ :

bbsrଭୁବନେଶ୍ୱର ଭିମଟାଙ୍ଗୀର ଭିମେଶ୍ୱର ମନ୍ଦିରରେ ଧୁମଧାମରେ ପାଳିତ ହେଉଛି ମହାଶିବରାତ୍ରୀ । ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଲମ୍ବା ଲାଇନ ଲାଗିଛି । ମନ୍ଦିରରେ ଶାନ୍ତିଶୃଙ୍ଖଳା ସହ ଦର୍ଶନ ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ରାତି ୩ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ପହଡ ଖୋଲିବା ପରେ ମଙ୍ଗଳ ଆଳତୀ, ପରେ ଅବକାଶ ନିତୀ ସହ ସାହାଣ ମେଳା କାଯ୍ୟର୍କ୍ରମ ଶେଷ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବ ।

ଯାଜପୁରର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ :

jajpurଯାଜପୁରର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଲଳିତେଶ୍ୱର ମନ୍ଦିରରେ ବାବାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବାଲାଇନ୍‌ ଲଗିଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ଜାଗର ଯାତ୍ରା ପାଇଁ  ଜିଲ୍ଲାର ଆଉ ଏକ ପ୍ରସିଦ୍ଧ ଶୈବପୀଠ ମହାବିନାୟକ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଶାଣେଶ୍ୱରଠାରେ ଧୁମଧାମରେ ପାଳିତ ହେଉଛି ଜାଗର ଯାତ୍ରା :

cuttackକଟକର ପୁରାତନ ଶୈବପୀଠ ଇଶାଣେଶ୍ୱରଠାରେ ଧୁମଧାମରେ ପାଳିତ ହେଉଛି ଜାଗର ଯାତ୍ରା । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଜାଗର ଦୀପ ଜାଳୁଛନ୍ତି । ବିଭିନ୍ନ ଶୈବପୀଠ ଗୁଡିକରେ ମନ୍ଦିର କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ଜାଗର ଯାତ୍ରା :

sivjiଶିବରାତ୍ରୀ ପାଇଁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଶିବ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଛି । ଭକ୍ତମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି । ବଲାଙ୍ଗିର ଲୋକନାଥ ମନ୍ଦିରରେ କିପରି ଚାଲିଛି ପୂଜା । କଣ ରହିଛି ପରମ୍ପରା ।

ଡେଲାଙ୍ଗର ହରିରାଜପୁର ପଶ୍ଚିମା ଶମ୍ଭୁ ସୋମନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ :

ମହାଶିବରାତ୍ରି ପାଇଁ ପୁରୀ ଜିଲ୍ଲା ଡେଲାଙ୍ଗର ହରିରାଜପୁର ପଶ୍ଚିମା ଶମ୍ଭୁ ସୋମନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।
କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଅଞ୍ଚଳରେ ବେଶ୍‌ ଧୁମଧାମ୍‌ରେ ଚାଲିଛି ଜାଗର ଯାତ୍ରା। ବିଭିନ୍ନ ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଚାଲିଛି ପୂଜାର୍ଚ୍ଚନା ଓ ଆରାଧନା।

ସମ୍ବଲପୁରର ବିଭିନ୍ନ ଶୈବପୀଠଗୁଡିକରେ ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ :

sambalpurମହାଶିବରାତ୍ରି ପାଇଁ ସମ୍ବଲପୁରର ବିଭିନ୍ନ ଶୈବପୀଠଗୁଡିକରେ ଶ୍ରଦ୍ଧାଳୁଙ୍କର ଲମ୍ବା ଲାଇନ୍‌ । ସମ୍ବଲପୁରର ସବୁଠାରୁ ପୁରାତନ ଶୈବପୀଠ ବାଲିବନ୍ଧାର ବାବା ସୋମନାଥଙ୍କ ମନ୍ଦିରରେ ଧୁମଧାମରେ ମହାଶିବରାତ୍ରି ପାଳିତ ହେଉଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି :

panchalingeswarମହାଶିବରାତ୍ରି ପାଇଁ ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ପାଞ୍ଚଟି ଶୈବ ମନ୍ଦିରରେ ପୂଜା କରିବାରେ ଯେଉଁ ପୂଣ୍ୟ ମିଳିଥାଏ, ପଞ୍ଚଲିଙ୍ଗେଶ୍ୱରରେ ପୂଜା କଲେ ସମାନ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଚଳଚଞ୍ଚଳ ମୟୂରଭଞ୍ଜର ବିଭିନ୍ନ ଶୈବପୀଠ :

mayurbhanjମହାଶିବରାତ୍ରି ଉପଲକ୍ଷେ ଚଳଚଞ୍ଚଳ ମୟୂରଭଞ୍ଜର ବିଭିନ୍ନ ଶୈବପୀଠ । ମାଣତ୍ରୀ ସ୍ଥିତ ବାବା କଖାରୁଶ୍ୱର ମହାଦେବ, ବାଙ୍ଗିରପୋଷିର ବାବା ଶିମଳେଶ୍ୱର ଓ ବାରିପଦାର ବାବା ବାରୁଣେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଭକ୍ତମାନେ ଲାଇନରେ ଛିଡାହୋଇ ପୂଜାର୍ଚ୍ଚନା କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.