Below header

ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାର ଆଜି ଶେଷ ବୁଡ଼ , ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ

ଉତ୍ତରପ୍ରଦେଶ(କେନ୍ୟୁଜ୍) : ଉତ୍ତରପ୍ରଦେଶର ପ୍ରୟାଗରାଜ କୁମ୍ଭମେଳାର ଆଜି ଶେଷ ବୁଡ଼ । ୫୦ଦିନ ଧରି ଚାଲିବାକୁ ଥିବା ଏହି ମହାପର୍ବରେ ଆଜି ଶେଷ ବୁଡ ପକାଇବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଜାନୁଆରୀ ୧୪ ତାରିଖରୁ ୫୦ଦିନ ଧରି ଚାଲିଥିବା ଏହି ମହାପର୍ବରେ ବୁଡ ପକାଇବା ପାଇଁ ୧୨କୋଟିରୁ ଅଧିକ ଭକ୍ତ ସାମିଲ ହୋଇଛନ୍ତି । ପ୍ରତି ଚାରି ବର୍ଷରେ ନାସିକ, ଆହ୍ଲାବାଦ, ଉଜ୍ଜୟିନୀ ଓ ହରିଦ୍ୱାରରେ ଆୟୋଜିତ ହୁଏ କୁମ୍ଭ ମେଳା। ଏଥର ୧୨ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ ହୋଇଛି । ବୃହସ୍ପତି କୁମ୍ଭ ରାଶି ଓ ସୂର୍ଯ୍ୟଙ୍କର ମେଷ ରାଶିରେ ପ୍ରବେଶ କଲେ ଆୟୋଜନ ହୋଇଥାଏ କୁମ୍ଭ ମେଳା । ପ୍ରୟାଗରାଜର ଏହାର ବିଶେଷତ୍ୱ ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.