ସୁନା ଚୋରା ଚାଲାଣର ଗେଟ୍‌ ୱେ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର , ପୁଣି ୨୪ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର(କେନ୍ୟୁଜ୍) : ସୁନା ଚୋରା ଚାଲାଣର ଗେଟ୍‌ ୱେ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର । ପୁଣି ବିମାନମନ୍ଦରରୁ ୨୪ ଲକ୍ଷ ଟଙ୍କାର ସୁନା ଜବତ । ୭୦୭ ଦଶମିକ ୬୭୦ ଗ୍ରାମ୍‌ ସୁନା ଜବତ କଲା କଷ୍ଟମ୍‌ସ ବିଭାଗ । ଜବତ ସୁନାର ମୂଲ୍ୟ ୨୪ ଲକ୍ଷ ୮୯ ହଜାର ୭୯୯ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଦୁବାଇରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଆସିଥିବା ଏୟାର ଇଣ୍ଡିଆର ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଛି । ଅଟକ ଥିବା ମହିଳା ଯାତ୍ରୀ ମହାରାଷ୍ଟ୍ରର ବାସିନ୍ଦା ହୋଇଥିବା ସୂଚନା ମିଳିଛି । ସେ ୫ଟି ସୁନା ଛଡ ଆଣୁଥିବାବେଳେ ଧରାପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.