Below header

ମସୁଦ ଆଜହରକୁ ଆତଙ୍କବାଦ ଘୋଷଣା ନେଇ ପ୍ରସ୍ତାବ , ଚାପରେ ନଇଁବ କି ପାକିସ୍ତାନ ?

ନୂଆଦିଲ୍ଲୀ(କେନ୍ୟୁଜ୍) : ପାକିସ୍ତାନ ଆତଙ୍କବାଦ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିପାରେ । ସୂଚନା ମୁତାବକ ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ୍‌ ଆଜହାରକୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକାରେ ସାମିଲ ନେଇ ପାକିସ୍ତାନ ଆଉ ବିରୋଧ କରିନପାରେ । ଜାତିସଂଘରେ ପୂର୍ବରୁ ଆଜହାରକୁ ଆତଙ୍କବାଦୀ ଘୋଷଣା ନେଇ ଆଗତ ପ୍ରସ୍ତାବକୁ ପାକିସ୍ତାନ ବିରୋଧ କରୁଥିଲା ।

masudଭିଟୋ ପ୍ରୟୋଗ କରୁଥିଲା ଚୀନ । ବର୍ତ୍ତମାନ କିନ୍ତୁ ଚାପ ବଢିଛି । ତେଣୁ ପାକିସ୍ତାନ ଜିଦ୍‌ରୁ ଓହରିପାରେ । ବର୍ତ୍ତମାନ ମଧ୍ୟ ଫ୍ରାନ୍ସ, ଆମେରିକା ଓ ବ୍ରିଟେନ୍‌ ଆଜହାରକୁ ଆତଙ୍କବାଦୀ ଘୋଷଣା ପାଇଁ ନୂଆରେ ପ୍ରସ୍ତାବ ଆଣିଛନ୍ତି ।ସେପଟେ ଆଜହର ବର୍ତ୍ତମାନ ଅସୁସ୍ଥ ଅଛି । ଚଲାବୁଲା ଠିକ୍‌ରେ କରି ପାରୁନାହିଁ । ପାକିସ୍ତାନର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପାକିସ୍ତାନ ସ୍ପଷ୍ଟ କରି ସାରିଛି । ଗତକାଲି ଆଜହର ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା । କିନ୍ତୁ ପରେ ଜଣାପଡିଲା ସେ ଜୀବିତ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.