Below header

ଆରମ୍ଭ ହୋଇଛି ଦୁର୍ଲଭ ନାଗାର୍ଜୁନ ବେଶ, ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି ମହାପ୍ରଭୁ

ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଦୁର୍ଲଭ ବେଶ ପାଇଁ ରାତି ୨ଟାରୁ ବେଶ ନିର୍ମାଣ ହୋଇଥିବା ହରଚଣ୍ଡୀ ସାହି ଚକ୍ର କୋଟରେ ହୋଇଥିଲା ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ସଂସ୍କାର ବିଧି । ରାତି ୨ଟା ୪୫ରେ ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ଏକ ଶୋଭାଯାତ୍ରାରେ ବେଶ ସାମଗ୍ରୀ ଚକ୍ରକୋଟରୁ ବାହାରିଥିଲା । ଘଣ୍ଟଘଣ୍ଟା, ଛତ୍ରୀ, ଚାମର ଓ ନୃତ୍ୟର ତାଳେ ତାଳେ ବେଶ ସାମଗ୍ରୀ ସୁରକ୍ଷା ବଳୟ ମଧ୍ୟରେ ସିଂହଦ୍ୱାରରେ ପହଞ୍ଚିଥିଲା ।

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଭୋର ୪ଟା ୪୫ରେ ବେଶ ଆରମ୍ଭ ହୋଇଥିଲା । ଧନୁ, ଶରପୂର୍ଣ୍ଣ ତୁଣୀର, କଟାରି, ଛୁରୀ, ବାଘନଖ, ଏରାପକ୍ଷୀର ପର, ଅଣ୍ଟାରେ ଢାଲ ଓ ମୁଣ୍ଡରେ ସୋଲରେ ତିଆରି ହାଣ୍ଡିଆ ରଖି ସଜେଇ ଦିଆଯାଉଛି ମହାପ୍ରଭୁଙ୍କୁ। ମସ୍ତକରେ ଶୋଭାପାଇବ ସୋଲରେ ପ୍ରସ୍ତୁତ ହାଣ୍ଡିଆ । ୧୬ ପ୍ରକାରର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଉଛନ୍ତି। ୧୯୯୪ ପରେ ଏହି ବେଶ ଆଜି ଅନୁଷ୍ଠିତ ହେଉଛି । ଏହି ବେଶରେ ଜଗନ୍ନାଥଙ୍କୁ ଯୋଦ୍ଧା ବେଶରେ ସଜେଇ ଦିଆଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.