Below header

ବିବାଦ ଘରରେ ବିଜେପି ବିଧାୟିକା କୁଶୁମ ଟେଟେ, ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ହୋଇଛନ୍ତି ଛନ୍ଦି

ଭୁବନେଶ୍ବର: ବିବାଦ ଘରରେ ବିଜେପି ବିଧାୟିକା କୁଶୁମ ଟେଟେ । ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ଛନ୍ଦି ହୋଇଛନ୍ତି କୁଶୁମ । ୨୦୧୯ ନିର୍ବାଚନରେ ବିଜେଡି ତାଙ୍କୁ ପ୍ରାର୍ଥୀ ନକରିବାରୁ ବିଜେପିରେ ଯୋଗ ଦେଇଥିଲେ । ବିଜେଡିରେ ଥିବା ସମୟରେ ତାଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଥିଲା ।

ବିଜେପିରୁ ପ୍ରାର୍ଥୀ ହେବା ସମୟରେ ଏସମ୍ପର୍କରେ ସତ୍ୟପାଠରେ କିଛି ନଦର୍ଶାଇବା ଏବଂ ପରିଷଦର ଅଧ୍ୟକ୍ଷା ଥିବା ନେଇ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ ହୋଇଛି । ଜଗଦୀପ ପ୍ରତାପ ଦେଓ ନାମକ ଜଣେ ବ୍ୟକ୍ତି ରାଜ୍ୟପାଳ, ମୁଖ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିର୍ବାଚନ କମିଶନ ଏନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ରିପୋର୍ଟ ତଲବ କରିଥିଲେ । ଜିଲ୍ଲାପାଳ କମିଶନଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି ।

ପୂର୍ବତନ ବିଧାୟକ ଯୋଗେଶ କହିଛନ୍ତି ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ତାଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ ହେବା ସହ ସଭ୍ୟପଦ ରଦ୍ଦ ହେବାର ସମ୍ଭାବନା ରହିଛି । ଅଭିଯୋଗକାରୀ ଜଗଦୀପ ସମାନ ପ୍ରଶ୍ନ ଉଠାଇବା ସହ ଜଣେ କିଭଳି ଗୋଟିଏ ସମୟରେ ୨ଟି ପଦବୀରେ ରହିବା ସମ୍ବିଧାନ ବିରେଧୀ । ତେଣୁ ବିଧାୟିକାଙ୍କ ସଭ୍ୟପଦ ରଦ୍ଦ କରିବା ସହ ତାଙ୍କ ନାମରେ ଫୌଜଦାରି ମାମଲା ରୁଜୁ କରି ତାଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.