Below header

ବାଲେଶ୍ୱର ଗସ୍ତରେ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର(କେନ୍ୟୁଜ୍) : ବାଲେଶ୍ୱର ଗସ୍ତରେ ଯାଇ ୧୫୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦଘାଟିତ ହୋଇଛି ଜଳେଶ୍ୱର-ଚନ୍ଦନେଶ୍ୱରକୁ ସଂଯୋଗ କରୁଥିବା ବାଟଗ୍ରାମ ନିକଟରେ ବ୍ରିଜ୍‌। ସେହିପରି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଓ ରାସ୍ତା ଦୋହରୀକରଣ ପ୍ରକଳ୍ପକୁ ବି ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଏହା ବ୍ୟତୀତ ଭୋଗରାଇ-ବାଲିଆପାଳକୁ ସଂଯୋଗ କରୁଥିବା ସୁବର୍ଣ୍ଣରେଖା ନଦୀର ପନ୍ତେଇ ଘାଟଠାରେ ସେତୁ ନିର୍ମାଣର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରିଜ୍‌ ନିର୍ମାଣରେ ଖର୍ଚ୍ଚ ହେବ ୨ଶହ କୋଟି ଟଙ୍କା। ଏହାଦ୍ୱାରା ବାଲିଆପାଳ ଓ ଭୋଗରାଇ ମଧ୍ୟରେ ଦୂରତା କମିବ। ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ। ବାଲେଶ୍ୱର-ଚନ୍ଦନେଶ୍ୱର ମଧ୍ୟରେ ୨୦-୨୫ କିଲୋମିଟର ଦୂରତା ବି କମିବ।

naveenସୁବର୍ଣ୍ଣରେଖା ଉପରେ କେନ୍ଦ୍ର ସରକାର କୌଣସି ପ୍ରକଳ୍ପ କରୁ ନଥିବାରୁ ବାଧ୍ୟ ହୋଇ ରାଜ୍ୟ ସରକାର ପ୍ରକଳ୍ପ କାର‌୍ୟ୍ୟ ହାତକୁ ନେଇଥିବା କହି କେନ୍ଦ୍ରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ତାଳସାରୀରେ ବେଳାଭୂମି ମହୋତ୍ସବର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ବାଲେଶ୍ୱର ପୋଲିସ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ଯୁବ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ। କାର‌୍ୟ୍ୟକ୍ରମରେ ପ୍ରାୟ ୪୦ ହଜାର ଯୁବକ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.