Below header

ଆସନ୍ତାକାଲି ଭାଲେଣ୍ଟାଇନ୍ସ ଡେ , ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ ପୋଲିସ

କେନ୍ୟୁଜ୍ : ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହା ଆସନ୍ତାକାଲି ଫେବ୍ରୁୟାରୀ ୧୪, ଭାଲେଣ୍ଟାଇନ୍ସ ଡେ । ଚଳିତବର୍ଷ ପ୍ରେମ ଦିବସକୁ ବିରୋଧ କରିବ ନାହିଁ ବଜରଙ୍ଗ ଦଳ। ବରଂ ପ୍ରେମୀ ଯୁଗଳଙ୍କୁ ସଚେତନ କରାଇବ। ପୂର୍ବରୁ ଭାଲେଣ୍ଟାଇନ ଡେ’ରେ ପ୍ରେମୀଯୁଗଳଙ୍କୁ ବିଛୁଆତି ଉପହାର ଦେବ କହିଛି କଳିଙ୍ଗ ସେନା।

kalinga sena ସେପଟେ ଭାଲେଣ୍ଟାଇନ୍‌ସ ଡେ’ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି କମିଶନରେଟ ପୋଲିସ। ମୁତୟନ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ସପିଙ୍ଗ ମଲ୍‌, ଫିଲ୍ମ ହଲ୍‌ ଓ ପାର୍କରେ ମୁତୟନ ହେବେ ପୋଲିସ। ପାଟ୍ରୋଲିଂ କଡ଼ାକଡି କରାଯାଇଛି । ଆଇନକୁ ହାତକୁ ନେଲେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି। ଭାଲେଣ୍ଟାଇନ୍ସ ଡେକୁ ପାଳନ କରିବା ପାଇଁ ପ୍ରେମୀଯୁଗଳ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.