ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ମୃତ

ଭୁବନେଶ୍ୱର (କେନ୍ୟୁଜ୍) : ମାଷ୍ଟରକ୍ୟାଣ୍ଟିନ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣେ ଯୁବକଙ୍କ ଉପରେ ଏକ ଘରୋଇ ବସ୍ ମାଡ଼ି ଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ବସ୍ଟି ଗୁଣୁପୁରରୁ ତୀର୍ଥ ଭ୍ରମଣରେ ଲୋକଙ୍କୁ ନେଇ ଆସିଥିଲା। ଭୁବନେଶ୍ୱରରେ ଲିଙ୍ଗରାଜ ଦର୍ଶନ ପରେ କେନ୍ଦୁଝରକୁ ତାରିଣୀ ଦର୍ଶନ ପାଇଁ ଯାଉଥିଲା । ଏହି ସମୟରେ ମାଷ୍ଟରକ୍ୟାଣ୍ଟିନ ତାରିଣୀ ମନ୍ଦିର ନିକଟରେ ଗ୍ଲାମର ବାଇକରେ ଯାଉଥିବା ଯୁବକଟିକୁ ବସ୍ଟି ପଛରୁ ଧକ୍କା ଦେଇଥିଲା। ଏତେ ଜୋରରେ ଧକ୍କା ବାଜିଥିଲା ଯେ ବାଇକ୍ ଚାଳକ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ତାଙ୍କ ହେଲମେଟ୍ ଭାଙ୍ଗି ଯାଇ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।
ପରେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକେ ବସ୍ରେ ଭଙ୍ଗାରୁଜା କରିଥିଲେ । ତେବେ ଖାରବେଳ ନଗର ଥାନା ପୋଲିସ୍ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଥିଲା ।