Below header

ଜ୍ଵରରେ ପିଡୀତ ଚତୁର୍ଦ୍ଧା ବିଗ୍ରହ: ସୁସ୍ଥତା ପାଇଁ ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ

ଆଜି ମହାପ୍ରଭୁଙ୍କୁ ଲାଗି ହେବ ଦଶମୂଳ ମୋଦକ

ପୁରୀ(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ଵରରେ ପିଡୀତ ଚତୁର୍ଦ୍ଧା ବିଗ୍ରହ । ସୁସ୍ଥତା ପାଇଁ ଆଜି ଦଶମୀ ତିଥିରେ ଲାଗି ହେବ ଦଶମୂଳ ମୋଦକ । ଶ୍ରୀମନ୍ଦିର ରାଜ ବୈଦ୍ୟଙ୍କ ଦ୍ୱାରା ଆୟୁର୍ବେଦ ଚେରମୂଳିରେ ପ୍ରସ୍ତୁତ ଦଶମୂଳ ସେବନ ପରେ ହିଁ ଜ୍ୱରରେ ପୀଡ଼ିତ ଥିବା ବିଗ୍ରହ ସୁସ୍ଥତା ଅନୁଭବ କରିଥାନ୍ତି ।

ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ଏହି ଦଶମୂଳ ପ୍ରସ୍ତୁତ ହୋଇଥିବା ବେଳେ ଆଜି ଅପରାହ୍ନରେ ଏହା ଶ୍ରୀମନ୍ଦିରକୁ ଅଣାଯିବ । ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣ ଚୁଡା, ଲବଙ୍ଗ, ଖୁଆ, ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଥାଏ ।

ପଞ୍ଚମୀ ତିଥିରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କୁ ଫୁଲୁରି ତେଲ ମାଲିସ କରିବା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ଷଷ୍ଠି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଇଥିଲା । ଆଜି ଦଶମୀ ତିଥିରେ ଶ୍ରୀଜିଉଙ୍କ ଚକାବିଜେ ନୀତି କରାଯିବାକୁ ଥିବା ବେଳେ ମହାପ୍ରଭୁଙ୍କ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର କରାଯିବ ।

ଦଇତାପତି ସେବକ ମାନେ ଶ୍ରୀଜିଉଙ୍କୁ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉଟିକେ ସୁସ୍ଥ ଅନୁଭବ କରିବେ। ଏପଟେ ଆଜି ବସୁଛି ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ । ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେବେ। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଆଲୋଚନା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.