Below header

ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

କେନ୍ୟୁଜ୍: ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ। ଆଜି ଦିନ ୧୧ଟାରୁ ଜୁଲାଇ ୨ ତାରିଖ ଦିନ ୧୧ଟା ୫୯ ମଧ୍ୟରେ ଛାତ୍ରଛାତ୍ରୀମାନେ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ପଞ୍ଜୀକରଣ କରିଥିବା ୬ହଜାର ୩୧୩ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ହଜାର ୬୩୮ଜଣ ଫି ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ୩ହଜାର ୬୫୪ଜଣ ଛାତ୍ରଛାତ୍ରୀ ୧୬ଟି ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି। ଜୁଲାଇ ୪ ତାରିଖରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଚୁଡାନ୍ତ ତାଲିକା ପ୍ରକାଶ କରାଯିବ। ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌ , ଏମ୍‌. ଆର୍କିଟେକ୍‌ ଓ ଏମ୍‌. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ପଞ୍ଜୀକରଣ ଓ ଚଏସ୍‌ ଫିଲିଂ ଆରମ୍ଭ ହୋଇଛି। ଜୁଲାଇ ୮ ତାରିଖ ପଞ୍ଜୀକରଣର ଶେଷ ତାରିଖ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.