କଂଗ୍ରେସରୁ ଇସ୍ତଫା ଦେଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର(କେନ୍ୟୁଜ୍): କଂଗ୍ରେସରୁ ଇସ୍ତଫା ଦେଲେ ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଚଳିତ ବର୍ଷ ନିର୍ବାଚନରେ ଡାକ୍ତର ପୂଜାହାରୀ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଛିଡା ହୋଇଥିଲେ। ତେବେ ଦଳ ଆଶାନୁରୂପ ଭୋଟ ନପାଇବାରୁ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଡାକ୍ତର ପୂଜାହାରୀ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.