ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଆଜି ଘଣାଲାଗି ନୀତି

ପୁରୀ(କେନ୍ୟୁଜ୍): ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏନେଇ ଆଜି ମହାପ୍ରଭୁଙ୍କୁ ଘଣାଲାଗି କରାଯିବା ସହ ଖଳି ଲାଗି ମଧ୍ୟ କରାଯିବ । ସୁଦ୍ଧ ସୁଆରଙ୍କ ଘରୁ ଏକ ଶୋଭାଯାତ୍ରାରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ନିଆଯିବ । ସ୍ୱତନ୍ତ୍ର ଭାବେ ସୁଆରଙ୍କ ଘରେ ନିର୍ମିତ ଖଳିପ୍ରସାଦକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ । ଏହାପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଘଣାଲାଗି ନୀତି ସମ୍ପନ୍ନ ହେବ । ଦଇତାପତି ମାନେ ଘଣାଲାଗି ନୀତି ଶେଷ କରିବା ପରେ ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି କରିବେ । ଆସନ୍ତାକାଲି ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ବନକଲାଗି କରାଯିବ। ଦତ୍ତମହାପାତ୍ର ସେବାୟତମାନେ ଏହି ବନକଲାଗି କରିବା ପରେ ପ୍ରଥମେ ଟିକେଟ ଦର୍ଶନ ହେବ । ଟିକେଟ ଦର୍ଶନର ସମୟ ୨ଟା ୩୦ରୁ ୩ଟା ୩୦ ରଖାଯାଇଛି। ପରେ ସର୍ବସାଧାରଣ ଦର୍ଶନ ୩ଟା ୩୦ରୁ ୪ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.