୨୨ବର୍ଷ ପରେ ଅଭିଯୁକ୍ତକୁ ଚିହ୍ନଟ କରିବେ ଅଞ୍ଜନା: ବିବନ ସହ ଅନ୍ୟ ୧୦ ଜଣ କଏଦୀଙ୍କୁ ଏକାଠି ଧାଡିରେ କରାଯିବ ଛିଡ଼ା
ଭୁବନେଶ୍ବର: ୧୯୯୯ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆଜି ଅଭିଯୁକ୍ତ ବିବନ ବିଶ୍ୱାଳର ହେବ ଟିଆଇ ପରେଡ । ଏଥିପାଇଁ ଅନୁମତି ଦେଇଛନ୍ତି ସିବିଆଇ ସ୍ପେଶାଲ୍ ଜଜ୍ । ୨୨ବର୍ଷ ପରେ ଝାରପଡ଼ା ଜେଲ ପରିସରରେ ବିବନକୁ ଚିହ୍ନଟ କରିବେ ଅଞ୍ଜନା ମିଶ୍ର । ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ତଦନ୍ତକାରୀ ଟିମ୍ ଆଗରେ ଚିହ୍ନାଇବେ ଅଭିଯୋଗକାରିଣୀ ।
ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡକୁ ଅନୁମତି ଦେଇଛନ୍ତି ସିବିଆଇ ସ୍ପେଶାଲ୍ ଜଜ୍ । ସେହିପରି ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ବି ମିଳିଛି । ଆସନ୍ତା ୪ ତାରିଖ ପୂର୍ବାହ୍ନରୁ ୫ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେପାଜତରେ ନେବାକୁ ସ୍ୱତନ୍ତ୍ର ସିବିଆଇ ଅଦାଲତ ଅନୁମତି ଦେଇଛନ୍ତି ।
ରିମାଣ୍ଡରେ ନେଇ ସିବିଆଇ ରହସ୍ୟ ଓ ଷଡ଼ଯନ୍ତ୍ରର ପେଡ଼ି ଖୋଲିବ । ଏହି ସମୟରେ କ୍ରାଇମ୍ ସିନ୍ ରି-କ୍ରିଏସନ୍ କରିବା ସହ ବିବନ ମୁହଁରୁ ୨୨ବର୍ଷ ତଳର ସତ ବାହାର କରିବ ସିବିଆଇ । ସେପଟେ ଆସନ୍ତା ୫ ତାରିଖରେ ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତକୁ ୨୨ବର୍ଷ ପୂରିବ ।