ଉମରକୋଟ ତୋହରା ଗାଁରେ ବିବାହ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ
ଉମରକୋଟ: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗାଁରେ ଭୋଜି ଖାଇ ପ୍ରାୟ ୫୦ ଅସୁସ୍ଥ । ଗାଁରେ ଗତକାଲି ୫ରୁ ୬ଟି ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା। ବାହାଘର ଭୋଜି ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ୫୦ରୁ ଅଧିକ ଗ୍ରାମବାସୀ।
ଅସୁସ୍ଥ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ କୁର୍ସୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ଅସୁସ୍ଥମାନଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି। ଗାଁରେ ଏକାଧିକ ଭୋଜି ଥିବା ଯୋଗୁଁ ସଠିକ ଜଣା ପଡି ନାହିଁ କେଉଁଠାରେ ଭୋଜି ଖାଇ ଏତେ ଜଣ ଅସୁସ୍ଥ ହୋଇଛନ୍ତି।