ଆଜି ମହାମାୟାଙ୍କ ମହାନବମୀ, ପରଦା ଆଢୁଆଳରେ ହୋମ, ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ

କେନ୍ୟୁଜ୍(ବ୍ୟୁରୋ): ଆଜି ମହାମାୟାଙ୍କ ମହାନବମୀ । କରୋନା କଟକଣା ଭିତରେ ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା’ଙ୍କ ପୂଜା । ପରଦା ଆଢୁଆଳରେ ହୋମ, ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଏଥର ଆଖି ଝଲସିଲା ଭଳି ତୋରଣ କି ସାଜସଜ୍ଜା ନାହିଁ । ପୂଜକ ଓ ଅଳ୍ପ କେତକ ସଦସ୍ୟଙ୍କ ଉପସ୍ଥିତିରେ ହୋଉଛି ପୂଜାର୍ଚ୍ଚନା ।

ଭକ୍ତଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି କିଛି ପୂଜା ମଣ୍ଡପ ଗୁଡ଼ିକ ସୋସିଆଲ୍‌ ମିଡିଆ ଜରିଆରେ ପୂଜାର ଲାଇଭ୍‌ କରୁଛନ୍ତି । ଏପଟେ ଆଜି ଶକ୍ତି ପୀଠରେ ଜଗତଜ୍ଜନନୀ ମା’ ଦୁର୍ଗାଙ୍କ ଦଶମୀ ପୂଜା । ଆଜି ମଣ୍ଡପରେ ମହାମାୟୀଙ୍କ ମହାନବମୀ ପୂଜା କରାଯିବ । ମା’ ଦଶଭୂଜାଙ୍କ ଆଗମନରେ ଉତ୍ସବମୁଖର ହୋଇ ଉଠିଛି ପରିବେଶ ।

Leave A Reply

Your email address will not be published.