Below header

ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୂରିବ ୩ ବର୍ଷ, ଫୋକ୍‌ସରେ ରହିଛି ଜଳସେଚନ ପ୍ରକଳ୍ପ

କେନ୍ୟୁଜ୍(ବ୍ୟୁରୋ): ଜନତାଙ୍କ ସରକାର, ନବୀନ ସରକାର । ସ୍ୱଚ୍ଛ, ଦକ୍ଷ, ଉତ୍ତରଦାୟୀ ଓ ପାରଦର୍ଶିତା । ରାଜ୍ୟର ପ୍ରଶାସନ କେମିତି କାମ କରୁଛି। ଲୋକେ କେମିତି ସେବା ପାଉଛନ୍ତି । ନବୀନ ନେଉଛନ୍ତି ସିଧା ଫିଡ୍‌ ବ୍ୟାକ୍‌। ଲୋକଙ୍କ ସହ ସିଧା କଥା ହେଉଛନ୍ତି। 5T ଜରିଆରେ ଆରମ୍ଭ ହୋଇଥିଲା ପ୍ରଶାସନିକ ଢାଂଚାଗତ ପରବର୍ତ୍ତନ। ‘ଟିମ୍‌ ଓ୍ଵାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରେନ୍ସି, ଟାଇମଲିନେସ୍‌ ଓ ଟ୍ରାନସଫରମେସନକୁ ଗୁରୁତ୍ୱ ଦେଇଛନ୍ତି ନବୀନ । ଫାଇଭ ଟି ସହ ଆରମ୍ଭ ହୋଇଥିଲା ମୋ ସରକାର। ଏଭିତରେ ସରକାରଙ୍କ ୩୧ଟି ବିଭାଗର ୨୫୦ ସେବା ଏବେ ମୋ ସରକାରରେ ସାମିଲ । ସରକାର ଓ ସରକାରୀ ଅନୁଷ୍ଠାନଗୁଡ଼ିକ ପ୍ରତି ଲୋକଙ୍କ ଦୃଷ୍ଟି ଭଙ୍ଗିରେ ବ୍ୟାପକ ପରିବର୍ତ୍ତନ ଆଣିଛି ମୋ ସରକାର ।

ଦୁର୍ନୀତି ବିରୋଧରେ ନବୀନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି । ଦଳ ହେଉ କି ପ୍ରଶାସନିକ କଳ ଦୁର୍ନୀତିକୁ କଦାପି ବରଦାସ୍ତ କରିନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟ ଯୋଗୁ ବିଜେଡିରୁ ତଡ଼ା ଖାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେହିପରି ଦୁର୍ନୀତି ଓ ଅପାରଗତା ପାଇଁ ସରକାରୀ ଅଧିକାରୀଙ୍କୁ ଚାକିରୀରୁ ବିଦା ସହ ବାଧ୍ୟତାମୂଳକ ଅବସର କିମ୍ବା ପେନସନ ବନ୍ଦ ହୋଇଛି । ୫୮୩ ସରକାରୀ ଅଫିସରଙ୍କୁ ଗିରଫ କରିଛି ଭିଜିଲାନ୍‌ସ । ୨୦୧୯ରୁ ୨୦୨୨ ମଧ୍ୟରେ ମୋଟ୍‌ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେଭିତରେ ୫୭ଜଣଙ୍କୁ ବହିଷ୍କାର, ୮୬ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ ୨୧ଜଣଙ୍କର ପେନସନ ବନ୍ଦ କରାଯାଇଛି । ଆଇଏଫଏସ ଅଫିସର ଅଭୟକାନ୍ତ ଓ ଆଇଏଏସ ଅଫିସର ବିନୋଦ କୁମାରଙ୍କୁ ଚାକିରିରୁ ବିଦା କରାଯାଇଛି । ସାରା ଦେଶରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଉଦାହରଣ ସାଜିଛି ଓଡ଼ିଶା।

ନବୀନଙ୍କ ପଞ୍ଚମ ପାଳିରେ ଫୋକ୍‌ସରେ ରହିଛି ଜଳସେଚନ ପ୍ରକଳ୍ପ । ଲକ୍ଷ୍ୟ, ୨୦୨୪ ସୁଦ୍ଧା ୧୫ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ । ପ୍ରଯୁକ୍ତି ବିଦ୍ୟା, ଟିମ୍‌ ୱାର୍କ, ଦାୟିତ୍ୱବାନ ପୁନର୍ବାସ ନୀତି, ଶ୍ରମିକ କଲ୍ୟାଣ ଆଦିର ସଫଳ ପ୍ରୟୋଗ କରାଯାଇ ଜଳସଂପଦ କ୍ଷେତ୍ରରେ ଅଣାଯାଉଛି ପରିବର୍ତ୍ତନ । କେବଳ ଏତିକି ନୁହେଁ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ସରକାର ନାନା ପଦକ୍ଷେପ ନେଇ ପ୍ରଶଂସିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.