Below header

ଦୁଧ ଚା’ରେ ଭୁଲରେ ବି ପକାନ୍ତୁ ନାହିଁ ଗୁଡ଼, ଏହି ଉଭୟ ମିଶ୍ରଣ ହୋଇଥାଏ ହାନୀକାରକ

ଚିନି ଠାରୁ ଗୁଡ଼ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି । ହେଲେ ଚା’ରେ ଚିନି ସ୍ଥାନରେ ଗୁଡ଼ ପ୍ରୟୋଗ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ । ଆୟୁର୍ବେଦରେ ଦୁଧ ଚା’ରେ ଗୁଡ଼ର ମିଶ୍ରଣକୁ ଠିକ ସଂଯୋଗ କୁହାଯାଇନଥାଏ । ଆସନ୍ତୁ ଜାଣିବା ଦୁଧ ଚା’ରେ ଗୁଡ଼ର ମିଶ୍ରଣ କ’ଣ ହାନିକାରକ ହୋଇଥାଏ ।

ଗୁଡ଼ ବାଲା ଚା’ର କ୍ଷତି :

ଆୟୁର୍ବେଦରେ ଗୁଡ଼କୁ ଔଷଧିୟ ଗୁଣର ଖଣି ବୋଲି କୁହାଯାଇଥାଏ । ହେଲେ ଯେତେବେଳେ ଏହା ଦୁଧ ସହ ମିଶିଥାଏ ଏହାର ସବୁ ଗୁଣ ନଷ୍ଟ ହୋଇଯାଇଥାଏ । ଦୁଧ ଓ ଗୁଡ଼ର ମିଶ୍ରଣ ଭିନ୍ନ ହୋଇଥାଏ । ଫଳରେ ଏହାଦ୍ୱାରା ପାଚନ ଶକ୍ତି କମଜୋର ହୋଇଥାଏ । ଏହାଦ୍ୱାରା ଗ୍ୟାସ, ଏସିଡିଟି ଭଳି ପେଟ ସମସ୍ୟା ସୃଷ୍ଟି ହୋଇଥାଏ ।

ଚା’ରେ ଗୁଡ଼ ଯାଗାରେ ମିଶ୍ରିର ବ୍ୟବହାର କରନ୍ତୁ :

ଗୁଡ଼ରେ ଭିଟାମିନ,ଫସଫରସ,ଆୟର, ମ୍ୟାଗ୍ନେସିୟମ ଓ ପଟାସିୟମ ମିଳିଥାଏ । ତେଣୁ ଚା’ରେ ଏହାକୁ ମିଶାଇ ପିଇବା ଉଚିତ୍‌ ନୁହେଁ । ଚା’ରେ ଆପଣ ଚିନି ସ୍ଥାନରେ ମିଶ୍ରିର ବ୍ୟବହାର କରିପାରିବେ । ମିଶ୍ରି ଦୁଧ ଭଳି ଥଣ୍ଡା ହୋଇଥାଏ, ଏଥିରେ ବୀର୍ଯ୍ୟରେ କିଛି ଖରାପ ପ୍ରଭାବ ପକାଇ ନଥାଏ ।

ଖାଲି ପେଟରେ ଗୁଡ଼ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର :

ବ୍ଲଡ ସୁଗାର ଥିବା ଲୋକ ଗୁଡ଼ ଖାଇବା ଉଚିତ ନୁହେଁ । ହେଲେ ଯାହାର ବ୍ଲଡ ପ୍ରେସର ଥାଏ ତାକୁ ଗୁଡ଼ ଖାଇବା ଲାଭଦାୟକ ହୋଇଥାଏ । ମେଟାବଲିଜିମ ବଢ଼ାଇବାପାଇଁ ଆପଣ ଖାଲି ପେଟରେ ପାଣି ସହିତ ଗୁଡ଼ ଖାଇବା ଦରକାର । ଗୁଡ଼ ଆପଣଙ୍କ ହେମୋଗ୍ଲୋବିନ ଲେବଲ ବଢ଼ାଇଥାଏ । ଯଦି ଆପଣଙ୍କ କୋଷ୍ଠ କାଠିନ୍ୟ, ତେବେ ସକାଳେ ଖାଲି ପେଟରେ ପାଣି ସହ ଗୁଡ଼ ଖାଇଲେ ବହୁତ ଉପକାର ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.