Below header

ଦରମା ମାଗିବାରୁ ଟ୍ରାକ୍ଟର ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଗାଡ଼ି ମାଲିକଙ୍କ ଉଭଣୀ ଓ ଭିଣୋଇ ପିଟିଥିବା ଅଭିଯୋଗ

ଭଦ୍ରକ(କେନ୍ୟୁଜ୍):ଟ୍ରାକ୍ଟର ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ । ଦରମା ମାଗିବାରୁ ଗାଡ଼ି ମାଲିକଙ୍କ ଉଭଣୀ ଓ ଭିଣୋଇ ପିଟିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାଂଶଜା ଥାନା କରଣପଲ୍ଲୀ ଗାଁରୁ । ଏନେଇ ଉଭୟ ପକ୍ଷ ଥାନାରେ ଏତଲା ଦେଇଥିଲେ । ତେବେ ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନି । ଏହାକୁ ନେଇ ଚାନ୍ଦବାଲି ଏସଡିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଡ଼ ଖାଇଥିବା ଡ୍ରାଇଭରଙ୍କ ସ୍ତ୍ରୀ ଓ ବାପା । ମାଡ଼ ଖାଇଥିବା ଡ୍ରାଇଭରଙ୍କ ନାଁ ରାଜୁ ମହାଳିକ । ସେ ରବୀନ୍ଦ୍ର ନାୟକଙ୍କ ଟ୍ରାକ୍ଟର ଚଳାଉଥିଲେ । କିଛି ଦିନ ତଳେ ଦରମା ଟଙ୍କା ମାଗିବାକୁ ନେଇ ରାଜୁ ଓ ରବୀନ୍ଦ୍ରଙ୍କ ଭିତରେ ବଚସା ହୋଇଥିଲା । ଏହାପରେ ରବୀନ୍ଦ୍ରଙ୍କ ଉଭଣୀ ଓ ଭିଣୋଇ ରାଜୁଙ୍କ ଉପରେ ଆକ୍ରମଣ କରିଥିଲେ । ଚାନ୍ଦବାଲି ଏସଡିପିଓ କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.