ଭାରତକୁ କରୋନା ମୁକ୍ତ କରିବା ପାଇଁ ମହିଳା କଲେ ଭଜନ କୀର୍ତ୍ତନ, ଦେଖନ୍ତୁ ଏହି ମଜାଦାର ଭିଡିଓ

କରୋନା ଭାଇରସ ପାଇଁ ଏବେ ସାରା ଦେଶ ଭୟଭୀତ ଅବସ୍ଥାରେ ଅଛି। ଚୀନର ଉହାନ ସହରରେ ଆରମ୍ଭ ହୋଇଥିବା ଏହି ମହାମାରୀ ଜୀବନ ନାଶକ କାଳରୂପୀ କରୋନା ଭାଇରସ ଏବେ ଭାରତ ସମେତ ୧୦୦ଟି ଦେଶରେ ନିଜ କାୟା ବିସ୍ତାର କରିଚାଲିଛି। ଏହି ଭାଇରସକୁ ଭାରତରୁ ଘଉଡାଇବା ପାଇଁ ମହିଳାମାନେ ଭଜନ କୀର୍ତ୍ତନ କରୁଛନ୍ତି। ସୋସିଆଲ ମିଡିଆରେ ଏବେ ଏହି ଭଜନ କୀର୍ତ୍ତନର ଭିଡିଓ ଭାଇରାଲ ହେଉଛି।

ମହିଳାମାନେ କରୋନାକୁ ନେଇ ଗାଉଥିବା ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଯାହା ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଆପଣମାନେ ଦେଖିପାରିବେ ଯେ କିଛି ମହିଳା ବସି ଭଜନ କରୁଛନ୍ତି ଆଉ ଗାଉଛନ୍ତି, ‘କରୋନା ଭାଗ ଜା, ଭାରତ ମେଁ ତେରା କ୍ୟା କାମ, କରୋନା ଭାଗ ଜା. . .’। ୪ ମିନିଟରୁ କମ୍‌ ଥିବା ଏହି ଭିଡିଓରେ ମହିଳା ନିଜ ମୋବାଇଲରେ ଟାଇପ୍‌ କରି ରଖିଥିବା ଏହି ଗୀତକୁ ଚାହିଁ ଗାଉଛନ୍ତି।

video courtesy : Aayushi Chaurasia

ଏହି ଭିଡିଓକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ ୧.୨ ମିଲିୟନରୁ ଅଧିକ ଥର ଏହାକୁ ଲୋକେ ଦେଖିସାରିଲେଣି। ଏହାସହିତ ୨୨ ହଜାରରୁ ଅଧିକ ଥର ଏହାକୁ ସେୟାର ମଧ୍ୟ କରାଯାଇସାରିଛି। ସେହିପରି ଏହି ପୋଷ୍ଟକୁ ଦେଖି ଲୋକେ ବହୁତ ପ୍ରକାର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଗୀତ ଶୁଣି କରୋନା ବି ଭାବିବ ଯେ ଏବେ ଦୁନିଆ ଛାଡିବାର ସମୟ ଆସିସାରିଲାଣି। ବୋଧ ହୁଏ କରୋନା ଏହି ଗୀତ ଶୁଣି ଡରି ଚାଲିଯିବ। ଆପଣ ବି ଦେଖନ୍ତୁ ଏ ଭିଡିଓ ଆଉ ଆମକୁ ନିଜର ପ୍ରତିକ୍ରୀୟା ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.