Below header

ଜଗାର ଟଙ୍କାକୁ ନେଇ ଚିନ୍ତିତ, ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କଲେ ବିଜେଡି ସଂସଦୀୟ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲା ବିଜେଡି ଟିମ୍‌ । ନିର୍ମଳା ସୀତାରମଣଙ୍କ ସହ ଏପ୍ରସଙ୍ଗରେ ଆଲୋଚନା କରିଛି ବିଜେଡି ସଂସଦୀୟ ଟିମ୍‌ । ଏହି ଟିମରେ ଥିଲେ ବିଜେଡି ସାଂଦ ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର । ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅଛି । ଖୁବଶୀଘ୍ର ଫେରାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଲୋକଙ୍କ ଭାବନା ସହ ଜଡିତ ରହିଛି ଜଗା ଟଙ୍କା । ମାଚ୍ୟୁରିଟି ସରିବା ପରେ ଟଙ୍କା ମିଳିବ ବୋଲି କହିଛନ୍ତି ନିର୍ମଳା । ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.