ମାଲକାନଗିରି : କରୋନା ହୋଇ ନାହିଁ, ତଥାପି ଭୟର ବାତାବରଣ, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରିରେ ଏବେ ଜଣେ କରୋନା ସନ୍ଦିଗ୍‌ଧଙ୍କୁ ନେଇ ଚାଲିଛି ଚର୍ଚ୍ଚା । ବ୍ୟକ୍ତି ଜଣକ ଠାରେ କିଛି ଲକ୍ଷଣ ଦେଖିବାକୁ ମିଳିଥିଲା । ସେ ମାଲକାନଗିରି ଡାକ୍ତରଖାନାକୁ ଯାଇଥିଲେ । ଯଦିଓ ତାଙ୍କ ଠାରେ କରୋନା ଭାଇରସ୍‌ ନଥିବା ଜଣାପଡ଼ିଥିଲା ତଥାପି ତାଙ୍କର ପ୍ରାଥମିକ ଚିକିତ୍ସା କରିବା ସହ ଡାକ୍ତର ତାଙ୍କୁ ସଚେତନ ଓ ସତର୍କ ରହିବା ଲାଗି ଆବଶ୍ୟକ ମେଡିକାଲ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ ।

CORONA-2କୋଲକାତା ଇସ୍କନ ମନ୍ଦିରରୁ ଫେରିଛନ୍ତି ସେହି ସନ୍ଦିଗ୍ଧ ବ୍ୟକ୍ତି। ଇସ୍କନ ମନ୍ଦିରରେ ସେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିଥିଲେ। ମାଲକାନଗିରି ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ତାଙ୍କୁ ସଚେତନ ରହିବା ସହ ନିଜ ଘରେ ରହିବାକୁ ସନ୍ଦିଗ୍ଧଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ କାଲିମେଳା ବ୍ଲକ mv41 ଗାଁର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.