Below header

ବାଲେଶ୍ଵର: ବାରୁଣୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଗାଡି କାଟି ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବାଲେଶ୍ଵର(କେନ୍ୟୁଜ୍‌): ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବାରୁଣୀ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ ବିଳମ୍ୱିତ ରାତ୍ରି ରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଟି ଟ୍ରକ୍ ସହ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଯାହାଫଳରେ ଗୋଟିଏ ଟ୍ରକ୍ ମଧ୍ୟରେ ଡ୍ରାଇଭର ଜଣକ ଦୀର୍ଘ ସମୟ ଧରି ଚାପି ହୋଇ ରହିଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଟ୍ରକର କେବିନ୍ କୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର ଜଣକ ଗୁରୁତର ଭବେ ଆହତ ହୋଇଥିବା ବେଳେ ଗୋଟିଏ ଗୋଡ ଭାଙ୍ଗିଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.