Below header

ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଅଟକ, ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ

କଟକ(କେନ୍ୟୁଜ୍‌): କଟକ ସଦର ଥାନା ଉଷୁମା ଅଞ୍ଚଳରେ ଉତ୍ତେଜନା । ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ-ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ। ଜଣେ ନାବାଳିକାକୁ କିଛି ଲୋକ ଉଠାଇ ନେଉଥିବା ବେଳେ ସ୍ଥାନୀୟ ଲୋକେ କାବୁ କରିଥିଲେ ।

ଏହାପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନାବାଳିକାଙ୍କୁ ଉଠାଇ ନେବା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ସ୍ଥାନୀୟଏକ ଆଶ୍ରମରେ ଶ୍ରମିକ ଭାବରେ ଦୁଇ ଅଭିଯୁକ୍ତ କାମ କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.