Below header

ଆମ୍ବୁଲାନ୍ସକୁ ଧକ୍କାଦେଲା ତପସ୍ବିନୀ ଏକ୍ସପ୍ରେସ, କାହାର କିଛି କ୍ଷତି ହୋଇନାହିଁ

ଟ୍ରେନ ପିଟିବ, ଅଥଚ କାହାର କେମିତି କିଛି କ୍ଷତି ହେଲାନାହିଁ?  ବାସ୍ତବରେ କିନ୍ତୁ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣା ଘଟିଲା ନାହିଁ।  ରାୟଗଡା ଜିଲ୍ଲା ବିଷମକଟକ ଵୃନ୍ଦାବାଡି ଠାରେ ଏହି ଅଘଟଣ ଘଟିଛି।

ରାୟଗଡ଼ା(କେନ୍ୟୁଜ୍): ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ କିନ୍ତୁ କାହାର କିଛି କ୍ଷିତ ହେଲା ନାହିଁ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ଟ୍ରେନ ପିଟିବ, ଅଥଚ କାହାର କେମିତି କିଛି କ୍ଷତି ହେଲାନାହିଁ?  ବାସ୍ତବରେ କିନ୍ତୁ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଧରଣର ଅଘଟଣା ଘଟିଲା ନାହିଁ।  ରାୟଗଡା ଜିଲ୍ଲା ବିଷମକଟକ ଵୃନ୍ଦାବାଡି ଠାରେ ଏହି ଅଘଟଣ ଘଟିଛି। ମୋ ପରିବାର ଆମ୍ବୁଲାନ୍ସ ଟି ରୋଗୀକୁ ନେଇ ବିଷମକଟକର ଘରୋଇ ମେଡିକାଲରେ ଛାଡିଲା ପରେ  ଵୃନ୍ଦାବାଡି ଠାରୁ ସିଙ୍ଗପୁରକୁ ଆସୁଥିଲା।  ବାଟରେ ଆମ୍ବୁଲାନ୍ସ ଟି ଏକ ଫାଟକ ବିହୀନ ଲେବୁଲ କ୍ରସିଂରେ ଫସିଯାଇଥିଲା। ଏହା ଦେଖି ତପସ୍ବିନୀ ଟ୍ରେନ ଡ୍ରାଇଭର ଦୂରରୁ ହର୍ଣ୍ଣ ମାରିବା ସହ ବ୍ରେକ ଲଗାଇଲେ। ଯାହା ଫଳରେ ଆମ୍ବୁଲାନ୍ସର ଡ୍ରାଇଭା ଗାଡ଼ିରୁ ଓହ୍ଲାଇପଡିଥିଲେ। ଆଉ ଟ୍ରେନ ଆସି ହାଲକା ଭାବରେ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା।

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଟ୍ରେନ ଲାଇନରୁ ବାହାରକୁ କରାଗଲା। ଏହାପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି l ଘଟଣାସ୍ଥଳରେ କାହାର କୌଣସି କ୍ଷତ ହୋଇନଥିବା ଜଣାପଡିଛି  l ବହୁଦିନ ହେବ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଛି ଯାହାକୁ ନେଇ ଗ୍ରାମବାସୀ ସେଠାରେ ଏକ ଅଣ୍ଡରଗ୍ରାଉଣ୍ଡ ବ୍ରିଜ୍ ନିର୍ମାଣ ନିମନ୍ତେ ଦାବି କରିଥିବା ସତ୍ତ୍ବେ ଏ ପର୍ଯ୍ୟନ୍ତ ରେଳ ବିଭାଗ ଦୃଷ୍ଟି ନଦେବାରୁ ଘଟଣାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.