ହିମାଚଳ ସିଏମ୍‌ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଚିହ୍ନିତ ସ୍ଥାନରୁ ୫୦୦ ମିଟର ଦୂରରେ ଲ୍ୟାଣ୍ଡିଂ

ଜରୁରୀକାଳୀନ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଉପର ଶିମ୍‌ଲା ଗସ୍ତରେ ଥିବାବେଳେ ଏଠାରେ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି।

ଜରୁରୀକାଳୀନ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଉପର ଶିମ୍‌ଲା ଗସ୍ତରେ ଥିବାବେଳେ ଏଠାରେ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ରାମପୁରର ବିଥଲ୍‌ରେ ଅବତରଣ କରିବାର ଥିଲା। କିନ୍ତୁ ଚିହ୍ନିତ ସ୍ଥାନରେ ଏହା ଓହ୍ଲାଇ ପାରି ନ ଥିଲା। ଏହାପରେ ତୁରନ୍ତ ପାଇଲଟ୍‌ ଚିହ୍ନିତ ସ୍ଥାନରୁ ୫୦୦ ମିଟର ଦୂରରେ ହେଲିକପ୍ଟରକୁ ଲ୍ୟାଣ୍ଡିଂ କରାଇଥିଲେ।

ପାଇଲଟ୍‌ଙ୍କ ତ୍ୱରିତ କାର୍ଯ୍ୟ ଯୋଗୁ ହେଲିକପ୍ଟରରେ ଥିବା ସମସ୍ତ ଲୋକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ହେଲିକପ୍ଟରରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ସହ ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ, ଠିୟୋଗ ବିଧାୟକ କୁଲଦୀପ ସିଂ ରାଠୋର ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ।

ସ୍ଥାନୀୟ ପ୍ରଶାସନ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ପ୍ରୋଜେକ୍ଟ ପରିସରରେ ହେଲିପ୍ୟାଡ୍‌ ତିଆରି କରିଥିଲା। କିନ୍ତୁ ଏଠାରେ ହେଲିକପ୍ଟରଟି ଲ୍ୟାଣ୍ଡ୍‌ କରିପାରି ନ ଥିଲା।

ସୂଚନା ଅନୁସାରେ, ସୁଖବିନ୍ଦର ସିଂ ସୁଖୁ ବର୍ତ୍ତମାନ ଉପର ଶିମ୍‌ଲା ଗସ୍ତରେ ଅଛନ୍ତି। ବିଗତ ଦିନରେ ହୋଇଥିବା ପ୍ରବଳ ବର୍ଷା ଯୋଗୁ ଏହି ଅଞ୍ଚଳରେ ବିପର୍ଯ୍ୟୟ ମାଡ଼ିଆସିଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନିଜେ ଗ୍ରାଉଣ୍ଡ ଜିରୋକୁ ଯାଇ ସାଧାରଣ ଜନତାଙ୍କୁ ଭେଟୁଛନ୍ତି।

ଏହା ପୂର୍ବରୁ ସିଏମ୍‌ ବୁଧବାର ରାମପୁର ଓ ଠିୟୋଗ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। କହି ରଖୁଛୁ, ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ପ୍ରାୟ ୮ ହଜାର କୋଟି ଟଙ୍କାର କ୍ଷତି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.