Below header

ଟ୍ରେନ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼, ପାଞ୍ଚଦିନ ଧରି ଘରୁ ଥିଲେ ନିଖୋଜ

କେସିଙ୍ଗା ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି । ରାଜେନ୍ଦ୍ରଙ୍କ ମାନସିକ ସ୍ଥିତି ଭଲ ନ ଥିବାବେଳେ ଗତ ପାଞ୍ଚଦିନ ଧରି ସେ ଘରୁ ନିଖୋଜ ଥିଲେ ।

କଳାହାଣ୍ଡି ( କେନ୍ୟୁଜ) : କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି । ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ (୩୨) ହୋଇଥିବାବେଳେ ସେ ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ା ଗ୍ରାମର ବୋଲି ଜଣାପଡିଛି । ରାଜେନ୍ଦ୍ରଙ୍କ ମାନସିକ ସ୍ଥିତି ଭଲ ନ ଥିବାବେଳେ ଗତ ପାଞ୍ଚଦିନ ଧରି ସେ ଘରୁ ନିଖୋଜ ଥିଲେ ।

ମଧ୍ୟାହ୍ନରେ କେସିଙ୍ଗା ଟ୍ରେନ ଲାଇନ ନିକଟରେ ଏକ ଯାତ୍ରୀ ବାହୀ ଟ୍ରେନ ଧକ୍କାରେ ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ଖବର ପୋଲିସ ପାଖରେ ପହଞ୍ଚି ଥିଲା । ପ୍ରଥମେ ତାଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.