ChatGPT ବ୍ୟବହାର ପାଇଁ ଇମେଲ୍‌ ଲଗଇନ୍‌ କରୁଥିଲେ ସାବଧାନ, ଆସିପାରେ ବଡ଼ ବିପଦ

ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଙ୍ଗଟନ୍‌ର ଏକ ଅନୁସନ୍ଧାନକାରୀ ଟିମ୍‌ ChatGPTର ସବୁଠାରୁ ପାଓ୍ଵାରଫୁଲ ମଡେଲ୍ GPT-3.5 Turbo କୁ ନେଇ ଚେତାବନୀ ଦେଇଛନ୍ତି । ପିଏଚଡି ରୁଇ ଜୁଙ୍କ ନେତୃତ୍ୱରେ ଏହି ଟିମ୍ କହିଛି ଯେ ଚାଟ୍ ଜିପିଟି ବ୍ୟବହାର କରୁଥିବା ୟୁଜର୍ସଙ୍କ ଇ-ମେଲ୍ ଆଇଡି ଲିକ୍ ହୋଇଛି । ଟିମ୍‌ ଏହାକୁ ନେଇ ପ୍ରମାଣ ମଧ୍ୟ ଦେଖାଇଛି ।

ଯଦି ଆପଣ ChatGPT ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆପଣ ଯେଉଁ ଇ-ମେଲ୍ IDରେ ଚାଟ୍ ଜିପିଟି ବ୍ୟବହାର କରୁଛନ୍ତି ତାହା ବର୍ତ୍ତମାନ ହ୍ୟାକର୍ସମାନଙ୍କ ଟାର୍ଗେଟରେ ରହିଛି । ଇଣ୍ଡିଆନା ୟୁନିଭର୍ସିଟି ବ୍ଲୁମିଙ୍ଗଟନ୍‌ର ଏକ ଅନୁସନ୍ଧାନକାରୀ ଟିମ୍‌ ChatGPTର ସବୁଠାରୁ ପାଓ୍ଵାରଫୁଲ ମଡେଲ୍ GPT-3.5 Turbo କୁ ନେଇ ଚେତାବନୀ ଦେଇଛନ୍ତି । ପିଏଚଡି ରୁଇ ଜୁଙ୍କ ନେତୃତ୍ୱରେ ଏହି ଟିମ୍ କହିଛି ଯେ ଚାଟ୍ ଜିପିଟି ବ୍ୟବହାର କରୁଥିବା ୟୁଜର୍ସଙ୍କ ଇ-ମେଲ୍ ଆଇଡି ଲିକ୍ ହୋଇଛି । ଟିମ୍‌ ଏହାକୁ ନେଇ ପ୍ରମାଣ ମଧ୍ୟ ଦେଖାଇଛି ।

ରିପୋର୍ଟରେ କୁହାଯାଇଛି ଯେ GPT-3.5 Turbo ଆପଣଙ୍କର ବ୍ୟକ୍ତିଗତ ସୂଚନାକୁ ମନେ ରଖି ପାରୁଛି । ଏହାର ପ୍ରାଇଭେସୀ ସେଫଗାର୍ଡକୁ ଅତିକ୍ରମ କରିହେବ । ଏହି AI ମଡେଲ୍ ନ୍ୟୁୟର୍କ ଟାଇମ୍ସର ପ୍ରାୟ ୮୦ ପ୍ରତିଶତ କର୍ମଚାରୀଙ୍କ କାର୍ଯ୍ୟ ବିଷୟରେ ସଠିକ୍ ସୂଚନା ଦେଇଛି । ଏପରି ପରିସ୍ଥିତିରେ ଏହା ଅତ୍ୟନ୍ତ ବିପଜ୍ଜନକ ବୋଲି କୁହାଯାଉଛି ।

OpenAI ଏହି ରିପୋର୍ଟକୁ ନେଇ ପ୍ରତିକ୍ରିୟା ଦେଇଛି ଏବଂ ବ୍ୟବହାରକାରୀଙ୍କ ପ୍ରାଇଭେସୀରେ କୌଣସି ସମସ୍ୟା ହେବ ନାହିଁ ବୋଲି ପ୍ରତିଶୃତି ଦେଇଛି । ଅନୁସନ୍ଧାନକାରୀ ଟିମ୍‌ ବ୍ୟତୀତ ଅନେକ ବିଶେଷଜ୍ଞ GPT-3.5 Turboର ପ୍ରାଇଭେସୀକୁ ନେଇ ଚେତାବନୀ ମଧ୍ୟ ଦେଇଛନ୍ତି । ଯଦି ଆପଣ ChatGPT ବ୍ୟବହାର କରୁଛନ୍ତି, ତେବେ ଏଥି ପାଇଁ ଆପଣ ଏକ ନୂଆ ଇ-ମେଲ୍ ID ତିଆରି କରିବା ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.