ନର୍ଲା ବିଧାୟକ ଭୂପିନ୍ଦର ସିଂହ ଆହତ, ବ୍ୟାଟିଂ କରୁଥିବା ସମୟରେ ପଡିଗଲେ ତଳେ

ନର୍ଲା ବିଧାୟକ ଭୁପିନ୍ଦର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିବାକୁ ଯାଇ ଆହତ ହୋଇଛନ୍ତି । ବିଧାୟକ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ବ୍ୟାଟିଂ କରୁଥିବା ବେଳେ ତଳେ ପଡିଯାଇଥିଲେ ।

କଳାହାଣ୍ଡି ( କେନ୍ୟୁଜ) : କେସିଙ୍ଗା ଥାନା ଅନ୍ତର୍ଗତ ବେଲଖଣ୍ଡି ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିବାକୁ ମୁଖ୍ୟ ଅତିଥି ଭାବରେ ଯାଇଥିଲେ ନର୍ଲା ବିଧାୟକ ଭୁପିନ୍ଦର ସିଂହ । ଏହି ସମୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ବ୍ୟାଟିଂ କରୁଥିବା ସମୟରେ ମୁହଁ ମାଡି ପଡି ଯାଇ ଆହତ ହୋଇଥିବା ଜଣାପଡିଛି ।

ବିଧାୟକ ମୁଣ୍ଡରେ ଓ ମୁହଁରେ ଆଘାତ ଲାଗିଥିବା ବେଳେ ତୁରନ୍ତ ତାଙ୍କୁ କେସିଙ୍ଗା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା ପରେ ଘରେ ଏବେ ସୁସ୍ଥ ଥିବା ଜଣାପଡିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.