ଢେଙ୍କାନାଳ : ଶିକାରୀ ତାରରେ ହାତୀ ଛୁଆ ମୃତ

ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ରାସୋଳ ରାମପାଳ ବନ୍ଧ ନିକଟରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି । ମୃତ ଛୁଆହାତୀର ବୟସ ୫ ବର୍ଷ ହୋଇଥିବା ସୂଚନା ମିଳିଛି ।

ଢେଙ୍କାନାଳ (କେନ୍ୟୁଜ) :  ଶିକାରୀ ତାରରେ ହାତୀ ଛୁଆ ମୃତ। ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳ ରାସୋଳ ରାମପାଳ ବନ୍ଧ ନିକଟରେ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି । ମୃତ ଛୁଆହାତୀର ବୟସ ୫ ବର୍ଷ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ପୂର୍ବରୁ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନେକ ହାତୀଙ୍କ ମୃତ୍ୟୁ ହୋଇଛି । ବର୍ଷାସାରା ଏହି ଅଞ୍ଚଳରେ ହାତୀପଲ ଚଳପ୍ରଚଳ କରୁଥିବାବେଳେ ବନବିଭାଗ ଘଉଡାଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.