Below header

ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ଗଣନା ପାଇଁ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜନଗର ( କେନ୍ୟୁଜ) : ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବୋଟ୍ ଚଳାଚଳ ବନ୍ଦ ହେଲେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ହେବ । ଭିତରକନିକାରେ ଥିବା ନଦୀ ନାଳ ଗୁଡିକାରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ ହେବ ଗଣନା । ଗତବର୍ଷ ଭିତରକନିକାରେ ୧୭ଶହ ୯୩ଟି କୁମ୍ଭୀର ଗଣନା କରାଯାଇଥିଲା । ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.