Below header

ସିକ୍ରେଟ୍‌ରେ ବଏଫ୍ରେଣ୍ଡକୁ ବିବାହ କଲେ ଶ୍ରୁତି ହାସନ, ଖବର ଜାଣି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

କମଲ ହାସନଙ୍କ ଝିଅ ଶ୍ରୁତି ହାସନଙ୍କ ବିଷୟରେ ଏକ ଖବର ଆସୁଛି ଯେ ସେ ତାଙ୍କ ପ୍ରେମିକା ଶାନ୍ତନୁ ହଜାରିକାଙ୍କୁ ବିବାହ କରିଛନ୍ତି । ଉଭୟ କିଛି ସମୟ ହେବ ଏକ ଲାଇଭ୍-ଇନ୍ ରିଲେସନସିପରେ ରହୁଥିଲେ ଏବଂ ବର୍ତ୍ତମାନ ଏହି ସମ୍ପର୍କ ଉପରେ ବିବାହର ସିଲ୍ ଲଗାଯାଇଛି ।

ସାଉଥ୍‌ ଅଭିନେତ୍ରୀ ଶ୍ରୁତି ହାସନଙ୍କୁ କିଏ ବା ନଜାଣନ୍ତି । ସେ ତାଙ୍କ ଅଭିନୟ ଜରିଆରେ ସମସ୍ତଙ୍କର ଅନେକ ମନୋରଂଜନ କରିଥାନ୍ତି । ସେ କେବଳ ସାଉଥ୍‌ରେ ନୁହେଁ ବରଂ ବଲିଉଡ ଇଣ୍ଡଷ୍ଟ୍ରୀରେ ମଧ୍ୟ ବହୁତ ଲୋକଙ୍କ ମନରେ ଘର କରିଛନ୍ତି । ଏବେ କମଲ ହାସନଙ୍କ ଝିଅ ଶ୍ରୁତି ହାସନଙ୍କ ବିଷୟରେ ଏକ ଖବର ଆସୁଛି ଯେ ସେ ତାଙ୍କ ପ୍ରେମିକା ଶାନ୍ତନୁ ହଜାରିକାଙ୍କୁ ବିବାହ କରିଛନ୍ତି । ଉଭୟ କିଛି ସମୟ ହେବ ଏକ ଲାଇଭ୍-ଇନ୍ ରିଲେସନସିପରେ ରହୁଥିଲେ ଏବଂ ବର୍ତ୍ତମାନ ଏହି ସମ୍ପର୍କ ଉପରେ ବିବାହର ସିଲ୍ ଲଗାଯାଇଛି । ଏପରି ଖବର ଆସିବା ପାରେ ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ସହ ଏହାର ସତ୍ୟ କ’ଣ ମଧ୍ୟ ଜାଣିବା ପାଇଁ ଚାହୁଁଛନ୍ତି ।

ସୂଚନା ମୁତାବକ, ଓରି ରେଡ୍ଡିଟ୍‌ରେ ‘ଆକ୍ସ ମି ଏନିଥିଗିଂ’ ସେସ୍କନ୍‌ ହୋଇଥିଲା । ଏହି ସେସ୍କନ୍‌ରେ ଲୋକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ, ଏହି ପର୍ଯ୍ୟାୟରେ ଜଣେ ଫ୍ୟାନ୍ସ ଓରିଙ୍କୁ ପଚାରିଥିଲେ କି ଏପରି କୌଣସି ସେଲିବ୍ରିଟି ଅଛନ୍ତି ଯିଏ ନିକଟରେ ଆପଣଙ୍କ ସହ ପୋଜ୍ ଦେବାକୁ ମନା କରି ଦେଇଛନ୍ତି ? ଓରି ମଧ୍ୟ ଏହି ପ୍ରଶ୍ନର ଉତ୍ତର ଦେଇଥିଲା । ଯେ ଶ୍ରୁତି ହାସନ ତାଙ୍କ ସହ ପୋଜ୍‌ ଦେବାକୁ ମନାକରିଥିଲେ । ଏହା ସହ ଓରି ଏପରି ମଧ୍ୟ କହିଥିଲେ । ତେବେ ସେ ପୋଜ୍ ନଦେବାର କାରଣ ମୁଁ ତାଙ୍କୁ କେବେବି ପଚାରି ନଥିଲି ।

ଏପରି ମଧ୍ୟ ଓରି ଆହୁରି କଥା ହେବା ସହ କହିଥିଲେ ଯେ ଶାନ୍ତନୁ, ଶ୍ରୁତିଙ୍କ ସ୍ୱାମୀ ବୋଲି । ଓରହାନ୍ ରା ଏପରି ମଧ୍ୟ କହିଛନ୍ତି ଏହା ଲୋକଙ୍କ ପାଇଁ ଏକ ବଡ ସୂଚନା । ଓରି ଆହୁରି ଲେଖିଛନ୍ତି, ଯେ ‘ମୋତେ ବହୁତ ଖରାପ ଲାଗିଲା’ । କିନ୍ତୁ ଲାଗୁଥିଲା କିଛି ଭୁଲ ବୁଝାବଣା ହୋଇଯାଇଛି । କାରଣ ମୁଁ ଶ୍ରୁତିଙ୍କ ସ୍ୱାମୀଙ୍କ ସହ ଭଲ ବ୍ୟବହାର କରିଥିଲି । ଏପରି ଭାବେ ଶ୍ରୁତିଙ୍କ ବିଷୟରେ କିଛି କଥା ସମସ୍ତଙ୍କ ସାମ୍ନାକୁ ଆସିଛି ।

ଓରି ଯେପରି କହିଥିଲେ ଯେ ଶ୍ରୁତି ବିବାହ କରିସାରିଛନ୍ତି, ଏହା ଶୁଣିବା ମାତ୍ରେ ଶ୍ରୁତିଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାକୁ ନେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି,  ‘ସେ ବିବାହିତ କି ?’ ଅନ୍ୟ ଜଣେ ଲେଖିଛନ୍ତି ‘ଶ୍ରୁତି ହାସନ ଏପର୍ଯ୍ୟନ୍ତ ବିବାହିତ ନୁହଁନ୍ତି’ । ଏହି ପରି ଅନେକ ପ୍ରଶ୍ନ ଆସିଛି । ତେବେ ଏହି କଥାର ସତ୍ୟ କ’ଣ, ତାହା ଏପର୍ଯ୍ୟନ୍ତି ସାମ୍ନାକୁ ଆସିନାହିଁ । ଏପରି ଭାବେ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି, ଜାଣିବା ପାଇଁ ଯେ ଶ୍ରୁତି ବିବାହିତ କି ନାହିଁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.