ଉତ୍ତର ପ୍ରଦେଶ: ଜଙ୍ଗଲରୁ ବାହାରି ରାତିରେ ଗାଁରେ ପଶିଲା ବାଘ, ପାଚେରୀ ଉପରେ ବସିଲା ୮ ଘଣ୍ଟା

ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବାଘ ଆତଙ୍କ। ବିଳମ୍ବିତ ରାତିରେ ଏକ ମହାବଳ ବାଘ ପାଖ ଜଙ୍ଗଲରୁ ବାହାରି ଜନବସତି ଭିତରକୁ ପଶି ଆସିଛି। ଗ୍ରାମବାସୀଙ୍କ ନଜର ଯେତେବେଳେ ବାଘ ଉପରେ ପଡ଼ିଥିଲା, ତ ସମସ୍ତଙ୍କ ହୋଶ୍‌ ଉଡ଼ିଯାଇଥିଲା।

ଉତ୍ତର ପ୍ରଦେଶର ପିଲିଭିତ୍‌ରେ ବାଘ ଆତଙ୍କ। ବିଳମ୍ବିତ ରାତିରେ ଏକ ମହାବଳ ବାଘ ପାଖ ଜଙ୍ଗଲରୁ ବାହାରି ଜନବସତି ଭିତରକୁ ପଶି ଆସିଛି। ଗ୍ରାମବାସୀଙ୍କ ନଜର ଯେତେବେଳେ ବାଘ ଉପରେ ପଡ଼ିଥିଲା, ସମସ୍ତଙ୍କ ହୋଶ୍‌ ଉଡ଼ିଯାଇଥିଲା। ଏବେ ବାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହାବଳ ବାଘ ପାଚେରୀ ଉପରେ ବସି ଆରାମ କରୁଥିବା ଦେଖିବାକୁ ମିଳୁଛି। ଆଖାପାଖର ଲୋକେ ସେଠାରେ ରୁଣ୍ଡ ହୋଇ ବାଘର ଭିଡିଓ କରୁଛନ୍ତି। ତେବେ ବାଘଟି ଯେପରି କାହାକୁ ଆକ୍ରମଣ ନ କରିବ, ସେଥିପାଇଁ ପାଚେରୀ ଚାରିପଟେ ତାରବାଡ଼ ଦିଆଯାଇଛି।

ଘଟଣାଟି ପିଲିଭିତ୍‌ର କାଲିନଗର ତହସିଲ ଅଧୀନ ଅଟକୋନାର। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ଏଠାରେ ଏକ ବାଘ ଗାଁ ଭିତରେ ଦେଖାଯାଇଥିଲା। ମହାବଳକୁ ଦେଖିବା କ୍ଷଣି ଲୋକେ ସତର୍କ ହୋଇଯାଇଥିଲେ। ଏ ନେଇ ବନ ବିଭାଗ ଟିମ୍‌କୁ ଖବର ଦିଆଯାଇଥିଲା ଏବଂ ସଙ୍ଗେ ସଙ୍ଗେ ରଶି ଓ ତାର ଦ୍ୱାରା ବାଘ ଥିବା ଅଞ୍ଚଳକୁ ସିଲ୍‌ କରି ଦିଆଯାଇଥିଲା।

ପରେ ବାଘଟି ଏକ ଘର ନିକଟ ପାଚେରୀ ଉପରେ ବସିଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପ୍ରାୟ ୭ରୁ ୮ ଘଣ୍ଟା ସେ ପାଚେରୀ ଉପରେ ଟହଲିଥିଲା। କେତେବେଳେ ପାଚେରୀ ଉପରେ ଶୋଇ ପଡ଼ୁଥିଲା ତ କେତେବେଳେ ଉଠି ବସିପଡ଼ୁଥିଲା। ସକାଳେ ହେବା କ୍ଷଣି ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବେ ବନ ବିଭାଗ ଟିମ୍‌ ପହଞ୍ଚି ବାଘକୁ ରେସ୍‌କ୍ୟୁ କରିବାରେ ଲାଗିପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.