Below header

ସ୍ୱାମୀ ପୁଅ ଆଗରେ ମହିଳାଙ୍କୁ ନିର୍ଘାତ ମାଡ

ମହିଳାଙ୍କୁ ମାଡ଼ ମାରିବା ସହିତ ସ୍ୱାମୀ ଏବଂ ଛୁଆକୁ ଜୀବନରୁ ମାରିଦେବାକୁ ଦେଲେ ଧମକ । ମାଡ଼ ଏଭଳି ହୋଇଛି ଯେ ମହିଳାଙ୍କ ଶରୀରରେ ମାଡ଼ର ରୋଳା ପଡିଛି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା ।

ଉଦଳା (କେନ୍ୟୁଜ) : ସାମାନ୍ୟ ଟଙ୍କା ଏବଂ ଘରେ ଥିବା ନିଜର ସୁନା ଅଳଙ୍କାର ନେବାକୁ ଚାହିଁବାରୁ ମହିଳାଙ୍କୁ ନିର୍ଘାତ ମାଡ଼ । ମହିଳାଙ୍କୁ ମାଡ଼ ମାରିବା ସହିତ ସ୍ୱାମୀ ଏବଂ ଛୁଆକୁ ଜୀବନରୁ ମାରିଦେବାକୁ ଦେଲେ ଧମକ । ମାଡ଼ ଏଭଳି ହୋଇଛି ଯେ ମହିଳାଙ୍କ ଶରୀରରେ ମାଡ଼ର ରୋଳା ପଡିଛି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମହିଳା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ଗ୍ରାମରେ । ନୁଦଡିହା ଗ୍ରାମର ଶଶୀକାନ୍ତ ମହାପାତ୍ର ତାଙ୍କ ସ୍ତ୍ରୀ ଏବଂ ଛୁଆ ସହିତ ପୁନେରେ ରୁହନ୍ତି । ଗତକାଲି ରାତିରେ ସେମାନେ ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକେ ଘରେ ପଶିବାକୁ ଦେଇ ନଥିଲେ । ଶଶିକାନ୍ତଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବାପ ଘରୁ ଅଧିକ ଟଙ୍କା ଆଣିବାକୁ ଦାବି କରିବା ସହିତ ଘରେ ପଶିବାକୁ ଶଶିକାନ୍ତ,ତାଙ୍କ ସ୍ତ୍ରୀ ଏବଂ ଛୁଆକୁ ବାରଣ କରିଥିଲେ ଶ୍ୱଶୁରଘର ଲୋକେ । ସେହି ସମୟରେ ଶଶିକାନ୍ତଙ୍କ ସ୍ତ୍ରୀ ଘରେ ଥିବା ତାଙ୍କର ସୁନା ଅଳଙ୍କାର ନେବାକୁ କହିବାରୁ ତାଙ୍କ ଦିଅର ଜ୍ୟୋତିକାନ୍ତ ହଠାତ ଶୁଭଲକ୍ଷ୍ମୀଙ୍କୁ ନିର୍ଘାତ ମାଡ଼ ମାରିଥିଲେ । ବାଡ଼ିରେ ବାଡେଇ ବାଡେଇ ଗୁରୁତର କରିବା ସହିତ ନିଜ ବଡ଼ ଭାଇ ଶଶିକାନ୍ତ ଏବଂ ପୁତୁରାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ । ଯାହାକି ମାଡ଼ରେ ଗୁରୁତର ହୋଇ ଶଶିକାନ୍ତ ଏବଂ ତାଙ୍କ ସ୍ତ୍ରୀ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.