ପୁଣି ଜନନୀ ଯନ୍ତ୍ରଣା, ଗର୍ଭବତୀଙ୍କୁ ୩ କିମି କାନ୍ଧରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଘଟଣା ।

ରାୟଗଡା (କେନ୍ୟୁଜ) : ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା । ୩ କିମି ଖାଲ ଖମା, ନଈ ନାଳରେ କାନ୍ଧରେ ବୁହା ହୋଇ ମେଡ଼ିକାଲ ଗଲେ ଗର୍ଭବତୀ । ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ପିପଲ ପଦର ପଞ୍ଚାୟତ ଅନ୍ତର୍ଗତ ବାଘମାରି ଗ୍ରାମର ଘଟଣା ।

ଗର୍ଭବତୀ ମହିଳା ଅଭି ମାଣ୍ଡିଙ୍ଗାଙ୍କ ସ୍ତ୍ରୀ କନ୍ଧଇ ମାଣ୍ଡିଙ୍ଗା ଗର୍ଭ ଯନ୍ତ୍ରଣା ହେବାରୁ ୧୦୮ କୁ ଫୋନ କରିଥିଲେ । ରାୟଗଡ ଜିଲ୍ଲା କୁମ୍ଭିକଟା ୧୦୮ ଆମ୍ବୁଲାନ୍ସ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ବିନୋଦ ହାଳବା ଓ ଗୁପ୍ତେଶ୍ୱର ବାଗର୍ତି କାନ୍ଧରେ କାନ୍ଧେଇ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାର କରି ଆମ୍ବୁଲାନ୍ସ ନିକଟକୁ ଆଣି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.