ଚୀନରେ -୪୦ ଡିଗ୍ରୀକୁ ଖସିଲା ପାରଦ, ୭୨ ବର୍ଷର ରେକର୍ଡ ଭାଙ୍ଗିଲା ବେଜିଂର ଥଣ୍ଡା

ଚୀନର କିଛି ସ୍ଥାନରେ ମାଇନସ ୪୦ ଡିଗ୍ରୀକୁ ଖସିଛି ପାରଦ । ପ୍ରବଳ ଶୀତକୁ ନଜରରେ ରଖି କିଛି ସ୍ଥାନରେ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି । ରାଜଧାନୀ ବେଜିଂର ଥଣ୍ଡା ୭୨ ବର୍ଷର ରେକର୍ଡ ଭାଙ୍ଗଛି ।

ଅସହ୍ୟ ଶୀତରେ ଥରୁଛି ଚୀନ । ବରଫ ଝଡ ସହ ଭୟଙ୍କର ଶୀତ ଲହରୀ । କିଛି ସ୍ଥାନରେ ମାଇନସ ୪୦ ଡିଗ୍ରୀକୁ ଖସିଛି ପାରଦ । ଫଳରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ରାଜଧାନୀ ବେଜିଂର ଥଣ୍ଡା ୭୨ ବର୍ଷର ରେକର୍ଡ ଭାଙ୍ଗଛି । ୧୯୫୧ ମସିହା ପରେ ବେଜିଂରେ ଏଭଳି ଶୀତ ଅନୁଭୂତ ହୋଇଥିଲା । ଆକଟିକ ସାଗରୁ ବୋହୁଥିବା ଥଣ୍ଡା ପବନ ଯୋଗୁଁ କିଛି ସ୍ଥାନରେ ପାରଦ ମାଇନସ ୪୦ ଡିଗ୍ରୀ ପହଞ୍ଚିଛି । ପ୍ରବଳ ଶୀତକୁ ନଜରରେ ରଖି କିଛି ସ୍ଥାନରେ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି । ରାସ୍ତାରେ ବରଫ ଜମି ରହିଥିବାରୁ ଜାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.