Below header

କଡା ଚେତାବନୀ ଦେଲେ ପରିବହନ କମିଶନର, ଧାର୍ଯ୍ୟ ବସ ଭଡା ଠାରୁ ଅଧିକ ନେଲେ ବାତିଲ ହେବ ପରିମିଟ

ଭୁବନେଶ୍ୱର(କେ ନ୍ୟୁଜ): ପରିବହନ କମିଶନରଙ୍କ କଡା ଚେତାବନୀ। ଧାର୍ଯ୍ୟ ବସ ଭଡା ଠାରୁ ଅଧିକ ନେଲେ ବାତିଲ ହେବ ପରିମିଟ। ଲକ ଡାଉନ ପରେ ବସ ଚଳାଚଳ ସ୍ୱାଭାବିକ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ବସଭଡା ଅଧିକ ନେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

ଧାର୍ଯ୍ୟ ବସ ଭଡା ନେଇ କମିଶନର ପୁଣି ଏକ ନୋଟିଫିକେସନ ଦେବା ସହ ଅଧିକ ଭଡା ନ ନେବାକୁ ଚେତେଇ ଦେଇଛନ୍ତି। ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ କମିଶନରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ଏ ସମ୍ପର୍କରେ ସମସ୍ତ ଆଞ୍ଚଳିକ ସଂଘକୁ ଅବଗତ କରାଯାଇ ଥିବା କହିଛନ୍ତି ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.