Below header

ଖୁବ୍‌ ଶୀଘ୍ର ସମାଧାନ ହେବ ମହାନଦୀ ଜଳ ବିବାଦ

କଟକ(କେନ୍ୟୁଜ୍): ଖୁବ୍‌ ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ । ମନ୍ତ୍ରୀ କହିଛନ୍ତି, ମହାନଦୀ ଜଳ ବିବାଦ ସମାଧାନ ନେଇ ସେ ଆଶାବାଦୀ ଅଛନ୍ତି । ଏକକ ଟ୍ରିବ୍ୟୁନାଲ ହେବା ପରେ ନଦୀ ଜଳ ବିବାଦର ଶୀଘ୍ର ସମାଧାନ ହୋଇପାରିବ । ଆଗରୁ କିଛି ନଦୀ ଜଳ ବିବାଦ ସମାଧାନ ପାଇଁ ୨୫ରୁ ୩୦ ବର୍ଷ ସମୟ ଲାଗୁଥିଲା । ଏବେ ଶୀଘ୍ର ସମାଧାନ ହୋଇପାରିବ । ମହାନଦୀ ଜଳ ବିବାଦ ନେଇ ଶୀଘ୍ର ନ୍ୟାୟ ମିଳିବା ନେଇ ଓଡ଼ିଶାବାସୀ ଭରସା ରଖନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ଗତକାଲି ଲୋକସଭାରେ ଅନ୍ତଃ ରାଜ୍ୟ ଜଳ ବିବାଦ ସଂଶୋଧନ ବିଲ୍‌ ଗୃହୀତ ହୋଇଥିଲା । ଏହି ବିଲ୍‌ରେ ଏକକ ଟ୍ରିବ୍ୟୁନାଲ୍‌ରେ ହେବ ଅନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.