Below header

ଭାଇରାଲ୍ ହେବାରେ ଲାଗିଛି ଯୁବରାଜ୍ ସିଂ ଏବଂ ଗେଲ୍’ଙ୍କ ଡ୍ୟାନ୍ସ, ଦେଖନ୍ତୁ ଏହି ଭିଡିଓ

ଟିମ୍ ଇଣ୍ଡିଆର ସିକ୍ସର କିଙ୍ଗ ଯୁବରାଜ୍ ସିଂ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହିସାରିଥିବାବେଳେ କିନ୍ତୁ କାନାଡାରେ ଆୟୋଜିତ ହୋଇଥିବା ଗ୍ଳୋବାଲ୍ ଟି-୨୦ ଲିଗ୍ ରେ ତାଙ୍କର ଯାଦୁ ଏବେ ବି ଦେଖିବାକୁ ମିଳୁଛି। ଯୁବରାଜ୍ ସିଂ କେବଳ ମୈଦାନ୍ ନୁହେଁ ବିଭିନ୍ନ ପାର୍ଟିରେ ମଧ୍ୟ ନିଜର କମାଲ୍ ଦେଖାଇଥାନ୍ତି । ଯୁବରାଜଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯାହାକୁ ୱେଷ୍ଟଇଣ୍ଡିଜ୍ ର କ୍ରିକେଟର ଆଣ୍ଡ୍ରେ ରସେଲ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ୟୁବରାଜ ସିଂ ଏବଂ କ୍ରିସ୍ ଗେଲ ପଞ୍ଜାବୀ ଜୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହି ପାର୍ଟି ଏକ ଛୋଟ ଡଙ୍ଗାରେ ହେଉଥିବା ନଜର ଆସୁଛି।

 

View this post on Instagram

 

#Vibes on the #boat with the legend’s

A post shared by Andre Russell (@ar12russell) on

ଆଣ୍ଟାରିୟୋରେ ହେଉଥିବା ଏହି ପାର୍ଟିରେ ଯୁବରାଜ ଗେଲ୍ ଙ୍କ ବ୍ୟତିତ ଆଇପିଏଲ୍ ରେ ଚେନ୍ନାଇ ସୁପରକିଙ୍ଗ ପାଇଁ ଖେଳୁଥିବା ମନପ୍ରିତ୍ ଗୋନୀ ମଧ୍ୟ ଉପସ୍ଥିତ ଥିଲେ । ଗୋନୀ ମଧ୍ୟ ଏହି ପାର୍ଟିରେ ଦମଦାର ଡାନ୍ସ କରିଛନ୍ତି। ଯୁବରାଜ୍ ଏବଂ ଗେଲ୍ ଙ୍କ ସହିତ କାନାଡାରେ ରହୁଥିବା ପଞ୍ଜାବୀ ଖେଳାଳି ମଧ୍ୟ ଡାନ୍ସ କରୁଥିଲେ । ଯୁବରାଜ ସିଂ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ରେ ୩୧ ବଲ୍ ରେ ୯୪ ରନ୍ କରିଥିଲେ । ଗତ ଦୁଇଟି ମ୍ୟାଚରେ ଯୁବରାଜ ସିଂ ଜୋରଦାର ପ୍ରଦର୍ଶନ କରିଥିଲେ । ଅନ୍ୟପଟେ କ୍ରିସ୍ ଗେଲ୍ ଏହି ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ଅଟନ୍ତି । ସେ ୩ଟି ମ୍ୟାଚ୍ ରେ ୧୭୯ ରନ୍ କରିଥିଲେ । ନିଜର ଶେଷ ଲିଗ୍ ମ୍ୟାଚରେ ଗେଲ ୧୨୨ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.