ଟ୍ରକ ସହ ଗଞ୍ଜେଇ ଜବତ, ଦୁଇ ଅନ୍ତଃରାଜ୍ୟ ମାଫିଆ ଗିରଫ

ମୋହନା (କେନ୍ୟୁଜ) : ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ତରବାଙ୍ଗ ଛକ ନିକଟରେ ଗୁରୁବାର ପୋଲିସ ଯାନବାହନ ଯାଞ୍ଚ କଲାବେଳେ ଏକ ଟାଟା ୧୧୦୯ ଟ୍ରକ ନଂ BR ୧୯ F ୧୨୫୦ ରୁ ୧୦ ଟି ଜରି ବ୍ୟାଗ ରୁ ୩୩୨ କେ.ଜି ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଏହାସହ ଦୁଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବିହାରର ନିଜରୁଦ୍ଦିନ ଅନସାରୀ ଏବଂ କାଶୀନାଥ ସିଂକୁ ଗିରଫ କରିଛି l ପୋଲିସର ସୂଚନା ପ୍ରକାରେ ଟ୍ରକଟି କିଛି ସାମଗ୍ରୀ ନେଇ ବିହାରରୁ କଟକ ଆସିଥିବାବେଳେ କେବଳ ଗଞ୍ଜେଇ ଚାଲାଣ କରିବା ପାଇଁ ଗଜପତି ଜ଼ିଲ୍ଲାକୁ ଆସିଥିଲା। ପୋଲିସ ଏକ ମାମଲା ରୁଜୁ କରିବା ସହ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.