ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ ୩ ଗୁରୁତର

୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଆନନ୍ଦପୁର(କେନ୍ୟୁଜ୍‌): ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଯାଉଥିବା ଦୁଇ ବାଇକର ୪ ଜଣ ଆରୋହୀ ଲୁହାପଥର ବୋଝେଇ ଟ୍ରକରେ ଧକ୍କା ହୋଇଛନ୍ତି । ଫଳରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବାଇକ ଆରୋହୀଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.