ସାଇକେଲରେ ଚାରିଧାମ ତୀର୍ଥ ଯାତ୍ରାରେ ଦୁଇ ସାଙ୍ଗ

ସୋଲେର ଜୟ-ବୀରୁଙ୍କ ଭଳି । ଖୁବ୍‌ ନିବିଡ଼ ସେମାନଙ୍କ ବନ୍ଧୁତା । ଦୁନିଆରେ ସାଙ୍ଗ ହୋଇ କିଏ କେତେ କଣ କରିଛନ୍ତି । ଛୁଆ ବେଳୁ ଗଛରେ ଚଢିବା, ସ୍କୁଲରୁ ଛୁଟିରେ ଘରକୁ ଫେରିଲା ବେଳେ ଦୁଷ୍ଟାମୀ କରିବା ଏମିତି ଅନେକ କାହାଣୀ ରହିଛି l ଏସବୁ ତ ପୁରୁଣା ପାଠର ଆଲୋଚନା l ଏବେ ଦେଖୁଥିବେ ଯୁବପିଢ଼ିଙ୍କ ଅଲଗା ଢଙ୍ଗରଙ୍ଗ । ସବୁଦିନ ଗଣମାଧ୍ୟମରେ ବେଶ ଚର୍ଚ୍ଚା l

ସୋଲେର ଜୟ-ବୀରୁଙ୍କ ଭଳି । ଖୁବ୍‌ ନିବିଡ଼ ସେମାନଙ୍କ ବନ୍ଧୁତା । ଦୁନିଆରେ ସାଙ୍ଗ ହୋଇ କିଏ କେତେ କଣ କରିଛନ୍ତି । ଛୁଆ ବେଳୁ ଗଛରେ ଚଢିବା, ସ୍କୁଲରୁ ଛୁଟିରେ ଘରକୁ ଫେରିଲା ବେଳେ ଦୁଷ୍ଟାମୀ କରିବା ଏମିତି ଅନେକ କାହାଣୀ ରହିଛି l ଏସବୁ ତ ପୁରୁଣା ପାଠର ଆଲୋଚନା l ଏବେ ଦେଖୁଥିବେ ଯୁବପିଢ଼ିଙ୍କ ଅଲଗା ଢଙ୍ଗରଙ୍ଗ । ସବୁଦିନ ଗଣମାଧ୍ୟମରେ ବେଶ ଚର୍ଚ୍ଚା l

ତେବେ ଆଜି ଆମେ ଯାହାଙ୍କ କଥା କହିବାକୁ ଯାଉଛୁ ଯୁବପିଢ଼ି ସେମାନଙ୍କ ଠାରୁ ଶିଖିବା ଉଚିତ । ସେମାନଙ୍କ ମହାନ ଚେତନା ସମାଜକୁ ଦିଗଦର୍ଶନ ଦେବ l ସେମିତି ଦୁଇ ସାଙ୍ଗର ଇଏ ବାସ୍ତବ କାହାଣୀ l ଏହି ଦୁଇ ସାଙ୍ଗଙ୍କ କଥା ଆପଣମାନଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ l ତେବେ ଦୁଇ ସାଙ୍ଗଙ୍କ ଉପରେ ଆସନ୍ତୁ ଜାଣିବା । ଜଣଙ୍କ ନାଁ ସଞ୍ଜୟ ପ୍ରଜାପତି, ଅନ୍ୟ ଜଣଙ୍କ ହେଉଛନ୍ତି ନୀତେଶ ପ୍ରଜାପତି l ଘର ଏମାନଙ୍କର ଉତ୍ତର ପ୍ରଦେଶର ଗାଜିପୁର ଅଞ୍ଚଳରେ l ଏହି ଦୁଇ ସାଙ୍ଗ ଏକାଠି ପାଠ ପଢୁଥିଲେ ଏବଂ ଦୁଇଜଣ ଯାକ ୟୁ ଟ୍ୟୁବର ମଧ୍ୟ l ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି l ପାଖରେ ଧନର ଅଭାବ ହେତୁ ସେମାନେ ପ୍ରତ୍ୟେକ ଦିନ ପାଠ ପଢିବାକୁ ପାଖାପାଖି କୋଡିଏ କିଲୋମିଟର ଦୂରକୁ ସାଇକେଲ ଚଲାଇ ଯାଉଥିଲେ । ଆଉ ସାଇକେଲ ସହ ସେମାନଙ୍କ ସମ୍ପର୍କ ବଢ଼ିଗଲା ସବୁଦିନ ପାଇଁ । ଏକଥାକୁ ଧ୍ୟାନରେ ରଖି ଦୁଇ ସାଙ୍ଗ ଚିନ୍ତା କଲେ କିଛି ଏମିତି କରିବା ପାଇଁ ଯାହା ଦ୍ୱାରା ସମାଜକୁ ଦିଗଦର୍ଶନ ଦେଇ ହେବ । ଆଜିର ଯୁବପିଢ଼ି ପ୍ରେରଣା ପାଇବେ l ଆଉ ପରିବାର ମଙ୍ଗଳ କିପରି ହେବ ସେକଥା ଭାବିଲେ l

ତେବେ ଦୁଇ ସାଙ୍ଗ ନିଜ ଭିତରେ ଅନେକ ଦିନ ଧରି କଥା ହେଲେ, ଆଲୋଚନା କଲେ । ଆଉ ଶେଷରେ ସ୍ଥିର କଲେ ସମାଜ ଓ ପରିବାରର ମଙ୍ଗଳ ପାଇଁ ଚାରିଧାମ ଯାତ୍ରା କରିବେ । ତାହା ପୁଣି ସାଇକେଲରେ l ଯାତ୍ରା ପ୍ରସ୍ତୁତି ପାଇଁ ସେମାନଙ୍କୁ ଗୋଟିଏ ମାସ ଲାଗିଥିଲା l ତେବେ ଦୁଇ ସାଙ୍ଗ ମନସ୍ଥ କଲେ ଉତ୍ତରପ୍ରଦେଶ ଗାଜିପୁରରୁ ପ୍ରଥମେ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ l ଚାରିଧାମ ଭ୍ରମଣ କରି ଦେବାଦେବୀଙ୍କ ଦର୍ଶନ ଲାଗି ସେମାନଙ୍କୁ ପାଖାପାଖି ୭ ହଜାର ୫ ଶହ କିଲୋମିଟର ସାଇକେଲ ଯାତ୍ରା କରିବାକୁ ପଡ଼ିବ l ଏସବୁ ହିସାବ କିତାବ ପରେ ଦୁଇ ସାଙ୍ଗ ନିଜ ଘରୁ ଜଗନ୍ନାଥ ଦର୍ଶନ ପାଇଁ ବାହାରିଥିଲେ । ପୁରୀକୁ ଆସିବା ପାଇଁ ସେମାନେ ପାଖାପାଖି ଏକ ହଜାର କିଲୋମିଟର ସାଇକେଲ ଚଲାଇ ସାରିଛନ୍ତି । ତେବେ ପୁରୀରେ ପହଞ୍ଚିବା ପୂର୍ବରୁ ଭୁବନେଶ୍ୱରରେ ଆମେ ତାଙ୍କୁ ଭେଟିଥିଲୁ । ଏମାନଙ୍କ ସହ ଦେଖା ହେଲା ଭୁବନେଶ୍ୱରର କଟକ-ପୁରୀ ବାଇପାସ ନିକଟରେ l ଘରୁ ୯ ଦିନ ଲାଗିଥିଲା ପୁରୀରେ ପହଞ୍ଚିବା ପାଇଁ । ସାଇକେଲ ୭ରୁ ୮ ହଜାର କିଲୋମିଟର ଯିବା ଏତେ ସହଜ କଥା ନୁହେଁ । ତଥାପି ଅଦମ୍ୟ ସାହସ ସେମାନଙ୍କ ମନୋବଳ ବଢ଼ାଇଥିଲା ।

ତା ସହିତ ଏକ ମହତ୍‌ ଉଦ୍ଦେଶ୍ୟ ସେମାନଙ୍କୁ ଲକ୍ଷ୍ୟପଥରେ ଆଗେଇ ନେଇଥିଲା । ଆସିବା ବେଳେ ବେଶ୍‌ କିଛି ବାଧାବିଘ୍ନର ସାମନା କରିଛନ୍ତି ଦୁଇ ସାଙ୍ଗ । ହେଲେ ଲକ୍ଷ୍ୟରୁ ଓହରି ନାହାନ୍ତି କି କେଉଁଠି ଅଟକି ଯାଇ ଫେରିଯିବେ ବୋଲି ଭାବି ନାହାନ୍ତି । ଏଇ ୯ ଦିନ ଭିତରେ ରାସ୍ତାରେ ଖରା, ବର୍ଷା, ଶୀତ କାକର ସବୁ ସହିଛନ୍ତି ସଞ୍ଜୟ ଆଉ ନୀତେଶ । ସେଇକଥା କହିଛନ୍ତି ସେମାନେ…ଯଦି ଭଲ ସାଙ୍ଗଟିଏ ସାଥୀରେ ଥିବ ତେବେ ଦୁନିଆରେ ସବୁଠି ତୁମେ ଜିତି ପାରିବ । ତେଣୁ ସେମାନଙ୍କ ବନ୍ଧୁତାକୁ ସଲାମ ଏବଂ ସେମାନଙ୍କ ମହତ୍‌ ଉଦ୍ଦେଶ୍ୟକୁ ପ୍ରଣାମ । ଆଉ ଗୋଟିଏ କଥା ମଧ୍ୟ କହି ରଖୁଛୁ । ସାଇକେଲ ଚଲାଇ ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ଏମାନେ ଏବଂ ସାଇକେଲ ସହ ସେମାନଙ୍କ ନିବିଡ଼ ସମ୍ପର୍କକୁ ମଧ୍ୟ ଦର୍ଶାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.