ସାଙ୍ଗଙ୍କ ସହ ମିଶି ଭଉଣୀ ପ୍ରେମିକକୁ ଅପହରଣ କଲା ଭାଇ

ପ୍ରେମରେ ପ୍ରତାରଣା ମିଳିବା କିଛି ନୂଆ କଥା ନୁହେଁ ଆଜ୍ଞା, ଏଭଳି ଘଟଣା ଆମ ସାମ୍ନାକୁ ଅନେକ ଥର ଆସୁଛି । ହେଲେ ଏହି ପ୍ରେମ ପାଇଁ ପ୍ରେମିକ ହୋଇଛନ୍ତି ଅପହରଣ । ସେ ପୁଣି ଝିଅର ଭାଇ ଦ୍ୱାରା । ଭଉଣୀର ପ୍ରେମିକକୁ କିଡନାପ କରିଛି ଭାଇ ।

ଭୁବନେଶ୍ୱର(କେନ୍ୟୁଜ୍‌): ପ୍ରେମରେ ପ୍ରତାରଣା ମିଳିବା କିଛି ନୂଆ କଥା ନୁହେଁ ଆଜ୍ଞା, ଏଭଳି ଘଟଣା ଆମ ସାମ୍ନାକୁ ଅନେକ ଥର ଆସୁଛି । ହେଲେ ଏହି ପ୍ରେମ ପାଇଁ ପ୍ରେମିକ ହୋଇଛନ୍ତି ଅପହରଣ । ସେ ପୁଣି ଝିଅର ଭାଇ ଦ୍ୱାରା । ଭଉଣୀର ପ୍ରେମିକକୁ କିଡନାପ କରିଛି ଭାଇ । ଏକଥା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏଭଳି ଚାଞ୍ଚଲ୍ୟକର ଘଟଣା ଖୋଦ୍ ରାଜଧାନୀରେ ଦେଖିବାକୁ ମିଳିଛି ।
ହଁ ଆଜ୍ଞା, ପ୍ରେମିକ ଜଣକୁ ଝିଅର ଭାଇ ଏବଂ ତାଙ୍କ ପ୍ରଥମ ପ୍ରେମିକ ମିଶି ଅପହରଣ କରିଥିଲେ ।

ଭୁବନେଶ୍ବର ପୁରୁଣା ପାସପୋର୍ଟ ଅଫିସ ସାମ୍ନାରୁ ଉଠାଇ ନେଇଥିଲେ ପ୍ରେମିକ ଜଣକୁ । ଅପହରଣ ହୋଇଥିବା ଯୁବକ ଜଣକ ହେଉଛନ୍ତି ରାଜା ସେଠୀ । ସେ କୌଣସି କାମରେ ପୁରୁଣା ପାସପୋର୍ଟ ଅଫିସ୍ ସାମ୍ନା ଦେଇ ଯାଉଥିବା ବେଳେ ତାଙ୍କୁ ସେହି ରାସ୍ତାରେ ଅଟକାଇବା ସହ ଖଣ୍ଡା ଦେଖାଇ ଜୋରଜବରଦସ୍ତି ବାଇକ୍ରେ ବସାଇ ନେଇ ଯାଇଥିଲେ । ପରେ ରାଜାଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରି ତାଙ୍କୁ ପାଇନଥିଲେ । ରାଜାଙ୍କର କୌଣସି ପତ୍ତା ନମିଳିବାରୁ ପ୍ରେମିକା ଜଣକ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରିଥିଲା ପୋଲିସ ।

ପୋଲିସ ଖୋଳତାଡ଼ କରିବା ପରେ ଘଟଣାର ସୂତ୍ର କେଉଁଠି ପାଇଗଲା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣ ଅଭିଯୁକ୍ତ ଏବଂ ଦୁଇଜଣ ନାବାଳକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଝିଅର ଭାଇ ଓ ପ୍ରଥମ ପ୍ରେମିକ ଅଙ୍କିତ କଅଁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.