କିଛି ସମୟ ପରେ ଅମିତ ଶାହଙ୍କ ସହ ଓଡ଼ିଶା ବିଜେପି କୋର କମିଟି ବୈଠକ

ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ ବରିଷ୍ଠ ନେତା ସାମିଲ ହେବ ବୋଲି ଜଣାପଡ଼ିଛି ।

ନୂଆଦିଲ୍ଲୀ (କେନ୍ୟୁଜ୍‌): ନୂଆଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନରେ ବସିବ ଓଡ଼ିଶା ବିଜେପି ନେତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ଅମିତ ଶାହଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ସମ୍ବିତ ପାତ୍ର, ମାନସ ମହାନ୍ତି ଓ ଅନ୍ୟ ବରିଷ୍ଠ ନେତା ସାମିଲ ହେବ ବୋଲି ଜଣାପଡ଼ିଛି । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିଥିବା ବେଳେ ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ଏଭଳି ସ୍ଥିତିରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।

ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.