Below header

ଶେଷ ପର୍ଯ୍ୟାୟରେ ସୁନାଖଣି-ସମଲ ଷ୍ଟେସନ ମଧ୍ୟରେ ସୁଡ଼ଙ୍ଗ କାର୍ଯ୍ୟ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ): ଆଗେଇ ଚାଲିଛି ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ। ବରୁଆଁ ପାହାଡ଼ ତଳେ ଥିବା ଟନେଲ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁନାଖଣି-ସମଲ ଷ୍ଟେସନ ମଧ୍ୟରେ ମଧ୍ୟ ରହିଥିବା ଏହି ସୁଡ଼ଙ୍ଗର ଗତକାଲି ଫାଇନାଲ ଡେଟୋନେସନ ହୋଇଛି । ସୁଡ଼ଙ୍ଗର ଲମ୍ବ ୮୪୦ ମିଟର । ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପରେ ଏହି ସୁଡ଼ଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏକ ହଜାର ୯ ଶହ ୨୮ କୋଟି ଖର୍ଚ୍ଚରେ ଶହେ ୪୯ କିଲୋମିଟର ରେଳ ଲାଇନ ପ୍ରକଳ୍ପ ଓଡ଼ିଶାର ଖଣି ଅଞ୍ଚଳରେ ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବ । ରାଉରକେଲା ଓ ତାଳଚେର ମଧ୍ୟରେ ଦୂରତା ହ୍ରାସ ହେବ ।

ତାଳଚେର ଓ ରାଜ୍ୟର ଅର୍ଥର୍ନୀତିକୁ ଗତି ଦେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ୧୬.୩୧ କିଲୋମିଟର ସୁନାଖଣି-ସମଲ ଓ ସମଲ-ପରବିଲ ୨ଟି ବ୍ଲକ ସେକ୍ସନକୁ ୨୦୨୧-୨୨ରେ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ରେଳ ପ୍ରକଳ୍ପ କାର୍ଯ୍ୟକୁ ପ୍ରାଥମିକା ଦେଇ ରାଜ୍ୟବାସୀଙ୍କ ୫ଦଶନ୍ଧିର ଦାବିକୁ ପୂରଣ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.