ଆତ୍ମସମର୍ପଣ କରିବାକୁ ଲାଲ ବାହିନୀକୁ ପୋଲିସ ଡିଜିଙ୍କ ଆହ୍ଵାନ୍‌, ବଲାଙ୍ଗିରରେ ମାଓ ଗତିବିଧିର କଲେ ସମୀକ୍ଷା

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ପୋଲିସ ଡିଜି ଅଭୟ । ମାଓ ଗତିବିଧିର ସମୀକ୍ଷା କରିଛନ୍ତି । ରାଜ୍ୟରେ ମାଓବାଦୀଙ୍କ ଗତିବିଧି କମିଛି ଓ ଆତ୍ମସମର୍ପଣ କରିବାକୁ ଲାଲ ବାହିନୀକୁ ଆହ୍ଵାନ୍‌ ଦେଇଛନ୍ତି ପୋଲିସ ଡିଜି ଅଭୟ । ଗତକାଲି ଖପ୍ରାଖୋଲ ଅନ୍ତର୍ଗତ ଜୁନାନିବାହାଲରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । ପୋଲିସ ଗୁଳିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିଲା ।

balangir

ମୃତ ମାଓବାଦୀ ନାଁ ଶଙ୍କର ଓ ଘର ଛତିଶଗଡ଼ ଇସ୍ତାରାମ ଅଞ୍ଚଳରେ । ସେ ବିବିଏମ୍‌ ଡିଭିଜନର ଏରିଆ ସଦସ୍ୟ ଥିଲା । ଏନକାଉଣ୍ଟ ସ୍ଥଳରୁ ଜବତ ହୋଇଥିଲା ଏସଏଲଆର୍‌ ରାଇଫଲ୍‌, ୭ଟି ଗୁଳି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ । ଘଟଣାସ୍ଥଳରୁ ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ବୈଠକରେ ଡିଜିପିଙ୍କ ସହ ଆଇଜି ଅପରେସନ୍‌ ଅମିତାଭ ଠାକୁର ଓ ଉତ୍ତରାଞ୍ଚଳ DIG ଦୀପକ କୁମାର ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.