ମୋ ସ୍ତ୍ରୀ ପାଇଁ ମୁଁ ମରୁଛି, ଏମିତି ସୁଇସାଇଡ୍‌ ନୋଟ୍‌ ଲେଖି ନର୍ମଦା ନଦୀକୁ ଡେଇଁ ପଡ଼ିଲେ ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶରୁ ଏକ ଚମକାଇ ଦେବା ଭଳି ଖବର ସାମନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନର୍ମଦା ନଦୀକୁ ଡେଇଁବା ଓ ତା ପୂର୍ବରୁ ଏକ ଭିଡିଓରେ ନିଜ ମରିବା ପଛର କାରଣ କହିବା କଥା ମଧ୍ୟ ସାମନାକୁ ଆସିଛି । ଭିଡିଓରେ ବ୍ୟକ୍ତିଜଣକ କହିଛନ୍ତି କି ମୋ ମରିବା ପାଇଁ ମୋ ପତ୍ନୀ ସହ ଆଉ ୩ ଜଣ ଦାୟୀ ।
ମଧ୍ୟପ୍ରଦେଶର ଖରଗୋନରେ ୪୦ଫୁଟ ଉଚ୍ଚ ନର୍ମଦା ପୋଲ ଉପରୁ ଡେଇଁଥିବା ବ୍ୟକ୍ତିର ଶବ ମିଳିଛି । ପୋଲିସକୁ ତାଙ୍କ ଠାରୁ ଏକ ସୁଇସାଇଡ ନୋଟ୍‌ ବି ପାଇଛି । ମରିବା ପୂର୍ବରୁ ଯୁବକ ଜଣକ ନିଜର ଭିଡିଓ ବନାଇ ଥିଲେ । ଛାଡ଼ପତ୍ର ନେଉଥିବା ପତ୍ନୀ ଓ ନିଜ ଶ୍ୱଶୁର ଘର ବିରୋଧରେ ଅଭିଯୋଗ ଆଣିଥିଲେ ଯେ ସେମାନେ କ୍ଷତିପୂରଣ ବାବଦରେ ୧ କୋଟି ଟଙ୍କା ମାଗିଥିଲେ । ତଲାକ ପାଇଁ ମୋ ସ୍ତ୍ରୀ ମତେ ୧କୋଟି ଡିମାଣ୍ଡ କରୁଛି । ମୁଁ ଭୀଷଣ ମାନସିକ ଚାପରେ ଅଛି । ଶ୍ୱଶୁର ଘର ଲୋକେ ମୋ ଜୀବନକୁ ନର୍କ କରିସାରିଲେଣି । ଏକଥା ବ୍ୟକ୍ତିଜଣକ ନିଜ ଭିଡିଓରେ କହିଛନ୍ତି ।
ଜିଲ୍ଲା ମୁଖ୍ୟାଳୟରୁ ୮୦କିଲୋମିଟର ଦୂର ବଡବାହର ନର୍ମଦା ପୋଲରୁ ଡେଇଁ ଆତ୍ମହତ୍ୟା କରିଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଡେପୁଟି ରେଞ୍ଜରଙ୍କ ପୁଅ ଅଜୟ ଦ୍ୱିବେଦୀ । ତାଙ୍କ ମୃତଦେହ ସୁରଲ୍ଲା ଗ୍ରାମ ନିକଟ ନଦୀରେ ଭାସୁଥିବାର ଦେଖିବାକୁ ମିଳିଲା । ଗୁରୁବାର ଦ୍ୱିପହରରେ ରିବା ନିବାସୀ ଅଜୟ ଇନ୍ଦୋରରୁ ସ୍କୁଟିରେ ନିଜ ସାଙ୍ଗ ସହ ଓମକାରେଶ୍ୱର ଯାଉଥିବା ବେଳେ ଏହି ସମୟରେ ନର୍ମଦା ପୋଲରୁ ସେ ଡେଇଁ ପଡିଥିଲେ । ତିନ ଦିନ ଧରି ପୋଲିସ ଖୋଜିବା କରେ ଗତ ଶନିବାର ଦିନ ତାଙ୍କ ମୃତଦେହ ସୁରଲ୍ଲା ନର୍ମଦା ନଦୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ଗ୍ରାମବାସୀ ପୋଲିସ୍‌କୁ ସୂଚନା ଦେଇଥିଲେ । ପରେ ପରିବାର ଲୋକ ପହଞ୍ଚି ଶବ ଚିହ୍ନଟ କରିଥିଲେ ।
ଅଜୟଙ୍କ ବାପା ପ୍ରମୋଦ ଦ୍ୱିବେଦୀ, ତାଙ୍କ ବୋହୂ ଓ ସମୁଦିଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁଯାୟୀ ଅଜୟଙ୍କ ଶ୍ୱଶୁର ଘର ତାଙ୍କ ପୁଅ ଓ ପରିବାର ନାଁରେ ଯୌତୁକ ନିର୍ଯାତନାର ମିଛ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ କରି ମନଇଚ୍ଛା ଟଙ୍କା ଡିମାଣ୍ଡ କରିବାରୁ ପୁଅ ଅଜୟ ଆତ୍ମହତ୍ୟା କରିଛି ବୋଲି ବାପା ପ୍ରମୋଦ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.