୨୦ ହଜାର ଟଙ୍କାରୁ ବି କମ ଦାମରେ ମିଳୁଛି ଏହି ଶସ୍ତା ଲାପଟପ୍‌, ଫିଚର୍ସ ବି ରହିଛି ଖାସ୍‌

୨୦ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ ଶସ୍ତା ଲାପଟପ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣମାନେ ଏହି ଲାପଟପକୁ କେମିତି କିଣିବେ । ଏହା ବ୍ୟତୀତ ଆପଣ ଏହି ଲାପଟପରେ କେଉଁ ଫିଚର ପାଇବେ ଆସନ୍ତୁ ଜାଣିବା ।

ଯଦି ଆପଣ ନିଜ ପାଇଁ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଆପଣଙ୍କ ବଜେଟ୍‌ ସେତେ ଅଧିକ ନୁହେଁ ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ୨୦ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ ଶସ୍ତା ଲାପଟପ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣମାନେ ଏହି ଲାପଟପକୁ କେମିତି କିଣିବେ । ଏହା ବ୍ୟତୀତ ଆପଣ ଏହି ଲାପଟପରେ କେଉଁ ଫିଚର ପାଇବେ ଆସନ୍ତୁ ଜାଣିବା ।

Lenovo ThinkPad:: 7th ଜେନେରେସନ୍, ୮ GB DDR4 RAM / ୨୫୬ GB SSD / 14 ଇଞ୍ଚର ଏହି ଲାପଟପ୍ ୱିଣ୍ଡୋଜ୍ 11 ସହିତ ଆସିଥାଏ । ଏହି ଲାପଟପ୍ ର ରିଏଲ୍‌ ପ୍ରାଇସ୍‌ ହେଉଛି ୮୯,୯୯୦ ଟଙ୍କା, କିନ୍ତୁ ଆପଣ ଏହାକୁ ଆମାଜନରେ ୧୭,୯୯୦ ଟଙ୍କାରେ ପାଇପାରିବେ । ଏହା ଏକ ସେକଣ୍ଡେ ହ୍ୟାଣ୍ଡ ଲାପଟପ୍‌ । ଏହି ଲାପଟପର ପୂର୍ବ ମାଲିକ ଏଥିରେ ୬ ମାସର ୱାରେଣ୍ଟି ମଧ୍ୟ ଦେଇଛନ୍ତି ।

Lenovo IdeaPad: ଆପଣ ୧୧.୬ ଇଞ୍ଚର ଡିସପ୍ଲେ, ୪ GB / ୨୫୬ GB SSD ଷ୍ଟୋରେଜ୍ ଏବଂ ୱିଣ୍ଡୋଜ୍ 11 ସହିତ ଆସୁଥିବା ଏହି ଲାପଟପକୁ ଶସ୍ତାରେ ପାଇପାରିବେ । ଏହାର ମୂଲ୍ୟ ୨୮,୯୯୦ ଟଙ୍କା କିନ୍ତୁ ଆପଣ ଏହାକୁ ଆମାଜନରେ ୧୮,୯୯୦ ଟଙ୍କାରେ ପାଇ ପାରିବେ ।

HP Chromebook C640: ଆପଣ ଏହି 10 ଜେନେରେସନର ଲାପଟପକୁ ମାତ୍ର ୧୬,୭୯୯ ଟଙ୍କାରେ ପାଇପାରିବେ । ଯଦି ଆପଣ ଚାହିଁବେ ଆପଣ ଏହାକୁ EMIରେ ମଧ୍ୟ କିଣି ପାରିବେ, ଏହାର ମାସିକ EMI ପାଇଁ ଆପଣଙ୍କୁ କେବଳ ୮୧୪ ଟଙ୍କା ଦେବାକୁ ପଡିବ । ଏହି ଲାପଟପ୍ ଟଚ୍ ସ୍କ୍ରିନ୍ ଫିଚର ସହିତ ଆସିଥାଏ ।

DELL Latitude: ଆପଣ DELL ର ଏହି ୧୪ ଇଞ୍ଚ ଲାପଟପକୁ ମାତ୍ର ୨୧,୯୭୪ ଟଙ୍କାରେ ପାଇ ପାରିବେ । ଆପଣ ନୋ କଷ୍ଟ EMIରେ ୱିଣ୍ଡୋଜ୍ 11ର ଏହି ଅପଗ୍ରେଡ୍ ଲାପଟପକୁ କିଣିପାରିବେ । ଏହାର ମାସିକ EMI ମାତ୍ର ୧,୦୬୫ ଟଙ୍କା ହେବ ।

ASUS VivoBook 15: ଏହି ଲାପଟପ୍ ର ରିଏଲ୍‌ ପ୍ରାଇସ୍‌ ହେଉଛି ୩୩,୯୯୦ ଟଙ୍କା, କିନ୍ତୁ ଆପଣ ଏହାକୁ ଆମାଜନରୁ ୩୮ ପ୍ରତିଶତ ଡିସକାଉଣ୍ଟ ଦ୍ୱାରା ମାତ୍ର ୨୦,୯୯୦ ଟଙ୍କାରେ କିଣି ପାରିବେ । ଏହି ଲାପଟପ୍ ସେକେଣ୍ଡ ହ୍ୟାଣ୍ଡ ଲାପଟପ୍‌ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.